Categories: ଜାତୀୟ

ବୋବ୍‌ଡେଙ୍କୁ ୫୧୦ ଆଇନ ଛାତ୍ରୀଛାତ୍ରଙ୍କ ଚିଠି: ଦୋଷୀ ଅଧିକାରୀଙ୍କ ବିରୋଧରେ ହେଉ ଦୃଢ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୮।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାରେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କୁ ୫୧୦ଜଣ ଆଇନ ଛାତ୍ରୀଛାତ୍ର ଚିଠି ଲେଖିଛନ୍ତି। ଏହି ମାମଲାରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ମାମଲାରେ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ପୀଡ଼ିତାଙ୍କ ମୃତଦେହକୁ ରାତ୍ରରେ ସଂସ୍କାର କରାଯିବା ନେଇ ଚିଠିରେ ଆପତ୍ତି କରାଯାଇଛି। କସାବ ଭଳି ଆତଙ୍କବାଦୀଙ୍କ ମୃତଦେହ ନେବା ପାଇଁ ଭାରତ ସରକାର ମାନବୀୟ ଦୃଷ୍ଟିକୋଣରୁ ପାକିସ୍ତାନକୁ କହିଥିଲେ। କିନ୍ତୁ ଭାରତରେ ସାରା ଜୀବନ ବଞ୍ଚିଥିବା ପୀଡ଼ିତାଙ୍କ ମୃତଦେହକୁ ତାଙ୍କ ପରିବାର ସଦସ୍ୟଙ୍କ ବିନା ସହମତିରେ ସଂସ୍କାର କରାଯିବା ଅତ୍ୟନ୍ତ ଅମାନବୀୟ ବୋଲି ଚିଠିରେ କୁହାଯାଇଛି। ଏନେଇ ପୀଡ଼ିତାଙ୍କ ପରିବାର ବହୁଥର ସୂଚନା ମଧ୍ୟ ଦେଇଛନ୍ତି। ଏହାର ନିରପେକ୍ଷ ବିଚାର ସୁପ୍ରିମ୍‌କୋର୍ଟ କରିବା ଆବଶ୍ୟକ ବୋଲି ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି।

Share