ନୂଆଦିଲ୍ଲୀ,୨୭।୭: ଆର୍ଥତ୍କ ବର୍ଷ ୨୦୧୯-୨୦ରେ କେନ୍ଦ୍ର ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) କ୍ଷତିପୂରଣ ବାବଦ ଓଡ଼ିଶାକୁ ମୋଟ ୫,୧୨୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟଗୁଡିକୁ ମୋଟ ୧୩,୮୦୬ କୋଟି ଟଙ୍କା କ୍ଷତିପୂରଣ ରାଶି ମିଳିଛି। ଗତ ଆର୍ଥତ୍କ ବର୍ଷରେ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ୧.୬୫ ଲକ୍ଷ କୋଟି ଟଙ୍କାର ଜିଏସ୍ଟି କ୍ଷତିପୂରଣ ଦେଇଛି। ସେହିଭଳି ୯୫,୪୪୪ କୋଟି ଟଙ୍କା ଜିଏସ୍ଟି କ୍ଷତିପୂରଣ ଭାବେ ସଂଗ୍ରହ ହୋଇଥିବା ଜଣାପଡିଛି। ୨୦୧୭-୧୮ ଏବଂ ୨୦୧୮-୨୯ରେ ସରକାର ଜିଏସ୍ଟି କ୍ଷତିପୂରଣ ରାଶି ଭାବେ ସଂଗ୍ରହ କରିଥିବା ବଳକା ଅର୍ଥକୁ ଗତ ଆର୍ଥତ୍କ ବର୍ଷର କ୍ଷତିପୂରଣ ରାଶି ଭାବେ ଦେଇଛନ୍ତି। ଏହାବାଦ ସରକାର କନ୍ସୋଲିଡେଟେଡ୍ ଫଣ୍ଡ ଅଫ୍ ଇଣ୍ଡିଆରୁ ୩୩,୪୧୨ କୋଟି ଟଙ୍କାର ରାଶି ମଧ୍ୟ ଏହି ଅର୍ଥରେ ଜିଏସ୍ଟି କ୍ଷତିପୂରଣ ଫଣ୍ଡକୁ ହସ୍ତାନ୍ତର କରିଛନ୍ତି। ରାଜ୍ୟଗୁଡିକ ମଧ୍ୟରେ ମହାରାଷ୍ଟ୍ର ସର୍ବାଧିକ ୧୯,୨୩୩ କୋଟି ଟଙ୍କା ପାଇଥିବା ବେଳେ କର୍ନାଟକ ୧୮୬୨୮ କୋଟି, ଗୁଜରାଟ ୧୪୮୦୧ କୋଟି ଏବଂ ତାମିଲନାଡୁ ୧୨୩୦୫ କୋଟି ଟଙ୍କା କ୍ଷତିପୂରଣ ଲାଭ କରିଥିବା ଜଣାପଡିଛି।