୨ ଦିନ ମଧ୍ୟରେ ସ୍ଥିର ହେବ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା

ଭୁବନେଶ୍ୱର,୮।୯(ବ୍ୟୁରୋ): ପାର୍ବଣ କଟକଣାକୁ ତୀବ୍ର ବିରୋଧ ପରେ ଶେଷରେ ରାଜ୍ୟ ସରକାର ସାମାନ୍ୟ ନରମିଛନ୍ତି । ପାର୍ବଣ ନେଇ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ରେ ମା’ ଦୁର୍ଗାଙ୍କ ୪ ଫୁଟ ଉଚ୍ଚର ମୂର୍ତ୍ତି ସହ ଆବଦ୍ଧ ପୂଜା ପାଇଁ କଟକଣା କରାଯାଇଥିଲା। ଏହି କଟକଣାକୁ କଟକର ବିଭିନ୍ନ ପୂଜା ଅନୁଷ୍ଠାନ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଏହା ସହ ସରକାର ନିୟମ କୋହଳ ନ କଲେ ଆସନ୍ତା ୧୩ ତାରିଖରେ କଟକ ବନ୍ଦ ନିମନ୍ତେ ଭାଜପା ପକ୍ଷରୁ ଡାକରା ଦିଆଯାଇଛି।
ପରେ ଏଥିରେ ରାଜ୍ୟ ସରକାର ସାମାନ୍ୟ କୋହଳ ମନୋଭାବ ପୋଷଣ କରିଛନ୍ତି । ଆସନ୍ତା ୨ ଦିନ ମଧ୍ୟରେ ମୂର୍ତ୍ତିର ଉଚ୍ଚତା ନେଇ ନିଷ୍ପତ୍ତି ନିଆଯିବ ବୋଲି ବୁଧବାର ଲୋକସେବା ଭବନରେ ଆୟୋଜିତ ବୈଠକରେ କୁହାଯାଇଛି। ଏହାବାଦ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଆବଦ୍ଧ ଭାବେ ପୂଜା କରାଯିବ ନା ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇବେ ସେତେବେଳର କରୋନା ସ୍ଥିତି ଅନୁଯାୟୀ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

Share