Posted inଜାତୀୟ

ଆସାମ ବନ୍ୟାରେ ୫୨ ମୃତ, ୨୧ ଲକ୍ଷରୁ ଅଧିକ ପ୍ରଭାବିତ

ଗୁହାହାଟି,୫।୭: ଆସାମରେ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ୨୯ଟି ଜିଲାର ୨୧.୧୩ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ରାଜ୍ୟର ଅଧିକାଂଶ ପ୍ରମୁଖ ନଦୀରେ ଜଳ ସ୍ତର ବିପଦ ସଙ୍କେତଠାରୁ ଅଧିକ ରହିଛି। ସୋନିତପୁର ଜିଲାରେ ଦୁଇ ଜଣ ପ୍ରାଣ ହରାଇଥିବାବେଳେ ମୋରିଗାଓଁ, ଡିବ୍ରୁଗଡ, ଡାରଙ୍ଗ, ଗୋଲାଘାଟ, ବିଶ୍ୱନାଥ ଏବଂ ଟିନୁସୁକିଆ ଜିଲାରେ ପ୍ରତ୍ୟେକ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି।

ବନ୍ୟା ପ୍ରଭାବିତ ଜିଲାରେ ପ୍ରଶାସନ ୫୧୫ ରିଲିଫ କ୍ୟାମ୍ପ ଏବଂ ବିତରଣ କେନ୍ଦ୍ର ସ୍ଥାପନ କରିଛି ଯେଉଁଠାରେ ପ୍ରାୟ ୩.୮୬ ଲକ୍ଷ ଲୋକ ଆଶ୍ରୟ ନେଉଛନ୍ତି। ସେମାନଙ୍କ ଘରେ ବନ୍ୟା ଜଳ ପ୍ରବେଶ କରିବା ପରେ ଅନେକ ବନ୍ୟା ପ୍ରଭାବିତ ଲୋକ ସୁରକ୍ଷିତ ସ୍ଥାନ, ଉଚ୍ଚ ସ୍ଥାନ, ବିଦ୍ୟାଳୟ କୋଠା, ରାସ୍ତା ଏବଂ ବ୍ରିଜରେ ଆଶ୍ରୟ ନେଉଛନ୍ତି। ଏହି ସମୟରେ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ୧୧ ଟି ପ୍ରାଣୀ ବନ୍ୟା ଜଳରେ ବୁଡ଼ି ଯାଇଥିବା ବେଳେ ଅନ୍ୟ ୬୫ ପ୍ରାଣୀ ଉଦ୍ଧାର ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDM) ର ବନ୍ୟା ରିପୋର୍ଟ ଅନୁଯାୟୀ, ଜୁଲାଇ ୨ରେ ଧାମଜୀ ଜିଲାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ତିନସୁକିଆ ଜିଲାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଜ୍‌ରେ ରାମ ଭୂମିକାରେ କରୁଥିଲେ ଅଭିନୟ, ଆସିଲା ହାର୍ଟଆଟାକ୍‌, ଆଉ ତା’ ପରେ…

ନୂଆଦିଲ୍ଲୀ,୬ା୧୦: ଦିଲ୍ଲୀର ଶାହାଦରା ଅଞ୍ଚଳରେ ଷ୍ଟେଜ୍‌ରେ ରାମଲୀଳା ଚାଲିଥିବାବେଳେ ଏକ ଦୁଃଖଦ ଘଟଣା ଘଟିଛି। ରାମ ଭୂମିକାରେ ଅଭିନୟ କରୁଥିବା ସୁଶୀଲ କୌଶିକ୍‌ଙ୍କ ଛାତିରେ ଯନ୍ତ୍ରଣା...

କୋଲକାତା ବଳାତ୍କାର ହତ୍ୟା ମାମଲା: ସନ୍ଦୀପ ଘୋଷଙ୍କୁ ଆଉ ଏକ ବଡ଼ ଝଟ୍‌କା

କୋଲକାତା,୬।୧୦: କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ୧୦ ଜଣ ଡାକ୍ତରଙ୍କୁ ବହିଷ୍କାର କରିବାକୁ...

‘ଅକ୍ଟୋବର ୮ ଫଳାଫଳକୁ ଅପେକ୍ଷା କର, ବାକି କେବଳ ଟାଇମ୍‌ ପାସ୍‌’

କଶ୍ମୀର,୬।୧୦: ନ୍ୟାଶନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଶନିବାର ସନ୍ଧ୍ୟାରେ ଆସିଥିବା ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ ଉପରେ ସନ୍ଦେହ...

ମସ୍କଟରୁ ଆସୁଥିବା ବିମାନର ଫାଟିଲା ଟାୟାର, ଅଳ୍ପକେ ବର୍ତ୍ତିଲେ ୧୪୬ ଯାତ୍ରୀ

ଚେନ୍ନାଇ,୬।୧୦: ଚେନ୍ନାଇ ବିମାନବନ୍ଦରରେ ଟଳିଛି ବଡ଼ ଦୁର୍ଘଟଣା। ଶନିବାର ମସ୍କଟରୁ ୧୪୬ ଯାତ୍ରୀଙ୍କୁ ନେଇ ଚେନ୍ନାଇ ଆସୁଥିବା ଏକ ବିମାନର ଟାୟାର ଓହ୍ଲାଇବା ସମୟରେ ଫାଟି...

ଏକଜିଟ ପୋଲ୍‌କୁ ନେଇ କଂଗ୍ରେସ ଖୁସିରେ ଗଦଗଦ, ଏବେ ହେବ ଅସଲ ଖେଳ!

ନୂଆଦିଲ୍ଲୀ,୬।୧୦: ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନରେ ଭୋଟ ଗ୍ରହଣ ପରେ ଏକଜିଟ ପୋଲ୍‌ର ଫଳାଫଳ କଂଗ୍ରେସକୁ ଖୁସି ଖବର ଦେଇଥିଲା। ସମସ୍ତ ଏକଜିଟ ପୋଲ୍‌ରେ...

ଆରଜି କର ହତ୍ୟାକାଣ୍ଡ: ପୁଣି ଆମରଣ ଅନଶନରେ ଜୁନିଅର ଡାକ୍ତର

କୋଲକାତା,୬।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରି ଜୁନିଅର ଡାକ୍ତରମାନେ ଶନିବାର...

ଏକଜିଟ୍‌ ପୋଲ୍‌ ପରେ ମହାପୋଲ୍‌ରେ ଆଶ୍ଚର୍ଯ୍ୟକର ସର୍ଭେ, ବଡ଼ ଓଲଟପାଲଟ…

ନୂଆଦିଲ୍ଲୀ,୬।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଏକଜିଟ ପୋଲ ବା ବୁଥ୍‌ ବାହୁଡା ମତ ପ୍ରକାଶ ପାଇଛି। ଅଧିକାଂଶ ସର୍ଭେରୁ ଜଣାପଡିଛି ଯେ...

ତିରୁପତିଙ୍କ ପ୍ରସାଦରେ ପୋକ!: ପୋକଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା…

ନୂଆଦିଲ୍ଲୀ,୬।୧୦: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାରକୁ ନେଇ ବିବାଦ ଥମି ନ ଥିବା ବେଳେ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri