୬ ମାସରେ ୫୨% ବୃଦ୍ଧି

ଭୁବନେଶ୍ୱର, ୧୧ା୧୦(ଅନୁରାଧା ମହାରଣା): କ୍ରମାଗତ ଭାବେ ଘରୋଇ ବଜାରରେ ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ ବା ୟୁପିଆଇର କାରବାର ବୃଦ୍ଧି ପାଉଛି। ଏପରିକି ୨୦୨୪ ଜାନୁଆରୀ ୧ରୁ ଜୁନ୍‌ ଶେଷ ମଧ୍ୟରେ ୟୁପିଆଇର କାରବାର ପ୍ରାୟ ୭୯(୭୮.୯୭) ବିଲିୟନରେ ପହଞ୍ଚିଛି। ଏହି ୬ ମାସ ମଧ୍ୟରେ ହୋଇଥିବା କାରବାର ପୂର୍ବ ବର୍ଷ ତୁଳନାରେ ୫୨% ବୃଦ୍ଧି ପାଇଛି ବୋଲି ପେମେଣ୍ଟ ଟେକ୍ନୋଲୋଜି ସେବା ପ୍ରଦାନକାରୀ ‘ୱାଲର୍‌ଡଲାଇନ’ ଗୁରୁବାର ଏକ ରିପୋର୍ଟରେ ବିସ୍ତୃତ ଭାବେ ଏହି ସୂଚନା ଦେଇଛି। ୨୦୨୪ ଜାନୁଆରୀରୁ ଜୁନ୍‌ ମଧ୍ୟରେ ହୋଇଥିବା କାରବାରକୁ ନେଇ ପ୍ରସ୍ତୁତ ହୋଇଥିବା ତଥ୍ୟରେ କୁହାଯାଇଛି, ୨୦୨୩ ୟୁପିଆଇ କାରବାର ସଂଖ୍ୟା ଜାନୁଆରୀରେ ୮.୦୩ ବିଲିୟନ ଥିଲା, ଯାହା ଜୁନ୍‌ ୨୦୨୪ ସୁଦ୍ଧା ୧୩.୯ ବିଲିୟନକୁ ବୃଦ୍ଧିପାଇଥିଲା। କାରବାର ସଂଖ୍ୟା ବୃଦ୍ଧି ପାଉଥିବାବେଳେ କାରବାର ପରିମାଣ ମଧ୍ୟ ଅନୁରୂପ ଭାବେ ବଢ଼ିଛି। ୨୦୨୩ ଜାନୁଆରୀରେ, ୟୁପିଆଇ ମାଧ୍ୟମରେ ୧୨.୯୮ ଲକ୍ଷ କୋଟି ଟଙ୍କାର କାରବାର କରାଯାଇଥିବାବେଳେ ୨୦୨୪ ଜୁନ୍‌ରେ ୨୦.୦୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧିପାଇଛି। ରିପୋର୍ଟ ଅନୁଯାୟୀ, ଗତ ବର୍ଷର ସମାନ ଅବଧି ତୁଳନାରେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ୟୁପିଆଇ କାରବାର ସଂଖ୍ୟାରେ ୫୨ ପ୍ରତିଶତ ବୃଦ୍ଧିପାଇଛି। କାରବାର ସଂଖ୍ୟା ୨୦୨୩ର ପ୍ରଥମାର୍ଦ୍ଧରେ ୫୧.୯ ବିଲିୟନରୁ ଏହି ବର୍ଷର ସମାନ ଅବଧିରେ ୭୮.୯୭ ବିଲିୟନକୁ ବୃଦ୍ଧିପାଇଛି। ଏହି ଅବଧି ମଧ୍ୟରେ ୟୁପିଆଇ କାରବାରର ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଏହା ୮୩.୧୬ ଲକ୍ଷ କୋଟିରୁ ୧୧୬.୬୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୟୁପିଆଇ କାରବାରର ସଂଖ୍ୟା ଏବଂ ମୂଲ୍ୟ ଦୃଷ୍ଟିରୁ ଫୋନ୍‌ ପେ ଅଗ୍ରଣୀ ୟୁପିଆଇ ପ୍ଲାଟ୍‌ଫର୍ମ ଭାବରେ ଉଭାହୋଇଛି। ଏହା ପଛକୁ ଗୁଗଲ ପେ ଏବଂ ପେଟିଏମ୍‌ ରହିଛି। ତେବେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ୟୁପିଆଇ କାରବାରର ହାରାହାରି ଟିକେଟ ଆକାର (ପ୍ରତି କାରବାର ମୂଲ୍ୟ)ରେ ୮% ହ୍ରାସ ଘଟିଛି। ଗତ ବର୍ଷର ପ୍ରଥମାର୍ଦ୍ଧରେ ହାରାହାରି ଟିକେଟ ଆକାର ୧,୬୦୩ ଟଙ୍କା ଥିବାବେଳେ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଏହା ୧,୪୭୮ ଟଙ୍କାକୁ ଖସି ଆସିଛି। ହାରାହାରି ଟିକେଟ ଆକାରରେ ବ୍ୟକ୍ତିଠାରୁ ବ୍ୟକ୍ତି ଏବଂ ବ୍ୟକ୍ତିଠାରୁ ଦୋକାନ କାରବାର ଅନ୍ତର୍ଭୁକ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

ବନ୍ଧନ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୫।୧୦: ବନ୍ଧନ ମ୍ୟୁଚୁଆଲ ଫଣ୍ଡ (ବିଏମ୍‌ଏଫ୍‌)ର ନୂତନ ଉତ୍ପାଦ ‘ବନ୍ଧନ ନିଫ୍ଟି ୫୦୦ ଭାଲ୍ୟୁ ୫୦ ଇଣ୍ଡେକ୍ସ ଫଣ୍ଡ୍‌ ଓ ବନ୍ଧନ ନିଫ୍ଟି ୫୦୦ ମୋମେଣ୍ଟମ୍‌...

୧୦ ଦିନରେ ୧୩୪%ର ଅଭିବୃଦ୍ଧି ହାସଲ

ନୂଆଦିଲ୍ଲୀ,୧୫।୧୦: ଭାରତରେ ପାର୍ବଣ ଋତୁ ବ୍ୟବସାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଧିକୁ ଚିହ୍ନିତ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ଆବଶ୍ୟକତାକୁ ସମ୍ବୋଧିତ କରି ଭାରତର ଅଗ୍ରଣୀ ବି୨ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri