CORONAVIRUS UPDATE: ରାଜ୍ୟରେ ୫୨,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୧୯୮୧

ଭୁବନେଶ୍ୱର,୧୩ା୮(ବ୍ୟୁରୋ) : ଗୁରୁବାର ୩୦ ଜିଲାରୁ ସର୍ବାଧିକ ୧୯୮୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କ୍ୱାରାଣ୍ଟାଇନ୍‌ରୁ ୧୨୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୫୬ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ଚିହ୍ନଟ ଆକ୍ରାନ୍ତମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୭୪ ଜଣ, ଗଞ୍ଜାମରୁ ୨୬୭ ଏବଂ କନ୍ଧମାଳରୁ ୧୭୯ ଜଣ ଅଛନ୍ତି। ସେହିପରି ଅନୁଗୋଳରୁ ୬, ବାଲେଶ୍ୱର ୫୯, ବରଗଡ଼ ୨୭, ଭଦ୍ରକ ୬୫, ବଲାଙ୍ଗୀର ୨୭,ବୌଦ୍ଧ ୨୨, କଟକ ୧୩୧, ଦେଓଗଡ଼ ୧୬, ଢେଙ୍କାନାଳ ୩୯, ଗଜପତି ୮, ଜଗତସିଂହପୁର ୪୨, ଯାଜପୁର ୬୦, ଝାରସୁଗୁଡ଼ା ୮, କଳାହାଣ୍ଡି ୩୯, କେନ୍ଦ୍ରାପଡ଼ା ୨୯, କେନ୍ଦୁଝର ୨୩, କୋରାପୁଟ ୯୭, ମାଲକାନଗିରି ୬୪, ମୟୂରଭଞ୍ଜ ୩୭, ନବରଙ୍ଗପୁର ୧୮, ନୟାଗଡ଼ ୫୬, ନୂଆପଡ଼ା ୧୬, ପୁରୀ ୭୭, ରାୟଗଡ଼ା ୫୫, ସମ୍ବଲପୁର ୩୮, ସୋନପୁର ୫୭ ଏବଂ ସୁନ୍ଦରଗଡ଼ରୁ ୧୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩ରେ ପହଞ୍ଚିଥିବା ବେଳେ ୩୬,୪୭୮ ଜଣ ସୁସ୍ଥ ହୋଇଛନ୍ତି। ୧୫,୮୦୮ ଜଣ ଚିକିତ୍ସିତ ହେଉଛନ୍ତି। ୩୧୪ ଜଣଙ୍କ ମୃତ୍ୟୁ ଘଟିଛି।

 

Share