Categories: ଜାତୀୟ

୫୩ ନାଗା ଉଗ୍ରପନ୍ଥୀଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ, ୨୭।୧୨ (ଆଇଏଏନ୍‌ଏସ୍‌): ନାଗାଲାଣ୍ଡର ନ୍ୟାଶନାଲ ସୋସିଆଲିଷ୍ଟ କାଉନ୍‌ସିଲ୍‌ (କେ-ୟୁଙ୍ଗ ଅଙ୍ଗ୍‌) ଉଗ୍ରପନ୍ଥୀ ସଂଗଠନର ଶୀର୍ଷ ନେତା ୫୨ ଜଣ କ୍ୟାଡରଙ୍କ ସହ ଆତ୍ମସମର୍ପଣ କରିଛନ୍ତି। ଫଳରେ ନାଗା ଶାନ୍ତି ପ୍ରକ୍ରିୟା ତ୍ୱରାନ୍ବିତ ହୋଇଛି। ଭାରତୀୟ ସେନା, ଆସାମ ରାଇଫଲ୍ସ ଏବଂ ମ୍ୟାନ୍‌ମାର ସେନା ପାଇଁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଏନ୍‌ଏସ୍‌ସିଏନ୍‌(କେ-ଓ୍ବାଇଏ)ର ଷ୍ଟାରସନ୍‌ ଲାମକାଙ୍ଗ ଓ ଅନ୍ୟ ୫୨ଜଣ ଶୁକ୍ରବାର ଆତ୍ମ ସମର୍ପଣ କରିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହା ଏକମାତ୍ର ଗୋଷ୍ଠୀ ଯିଏ ସୁରକ୍ଷା ବଳ ସହ ଅସ୍ତ୍ରବିରତି ରାଜିନାମା ସ୍ବାକ୍ଷର କରି ନ ଥିଲା କି ଶାନ୍ତି ଆଲୋଚନାରେ ଭାଗ ନେଉ ନ ଥିଲା।

Share