Categories: ଫୁରସତ

୫୩ ବର୍ଷ ପରେ ମିଳିଲା ହଜିଲା ପର୍ସ

ଓ୍ବାଶିଂଟନ, ୭।୨: ଆଣ୍ଟ୍ରାକ୍ଟିକାରେ ୫୩ ବର୍ଷ ତଳେ ହଜିଥିବା ଏକ ପର୍ସ ଏବେ ଆମେରିକାରୁ ମିଳିଛି। ପର୍ସର ମାଲିକ ୯୧ ବର୍ଷ ବୟସ୍କ ପୋଲ ଗ୍ରିଶାମ୍‌ ଜଣେ ପାଣିପାଗ ବିଜ୍ଞାନୀ ଭାବେ ଆଣ୍ଟ୍ରାକ୍ଟିକାରେ ୧୯୬୭ରୁ ୧୯୬୮ରେ ଅବସ୍ଥାପିତ ଥିବା ସମୟରେ ତାଙ୍କର ପର୍ସ ହଜିଯାଇଥିଲା। ତେବେ ଏବେ ସେ ଘଟଣା ତାଙ୍କ ମନେ ମଧ୍ୟ ନାହିଁ। ପର୍ସରେ ତାଙ୍କର ନୌସେନା ପରିଚୟ ପତ୍ର, ଡ୍ରାଇଭିଙ୍ଗ ଲାଇସେନ୍ସ୍‌, ରେଫରେନ୍ସ୍‌ କାର୍ଡ ଏବଂ ବିୟର ପିଇବା ଲାଗି ରାଶନ କାର୍ଡ ଆଦି ରହିଥିଲା। ଗ୍ରିଶମ କାର୍ଯ୍ୟ କରୁଥିବା ରୋଜ ଆଇଲାଣ୍ଡ୍‌ର କାର୍ଯ୍ୟାଳୟକୁ ୨୦୧୪ରେ ଭଙ୍ଗାଯାଇଥିଲା। ସେହି ସମୟରେ ପର୍ସ ମିଳିଥିଲା। ପର୍ସ ମିଳିବା ପରେ ଗ୍ରିଶମ୍‌ ଆନନ୍ଦ ଅନୁଭବ କରିଥିବା ପ୍ରକାଶ କରିଛନ୍ତି।

Share