ଖୁବ୍‌ଶୀଘ୍ର ଗଠନ ହେବ ଜିଲା ଯୋଜନା କମିଟି

ଭୁବନେଶ୍ୱର,୧।୮(ବ୍ୟୁରୋ): ଖୁବ୍‌ଶୀଘ୍ର ଜିଲା ଯୋଜନା କମିଟି ଗଠନ ହେବ। ନିର୍ବାଚନ ଥିବାରୁ ଏହା ବିଳମ୍ବ ହୋଇଥିଲା। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ଭୂପିନ୍ଦର ସିଂହ ମୂଳପ୍ରଶ୍ନରେ କହିଥିଲେ ଯେ, ଜିଲାଗୁଡ଼ିକର ଯୋଜନା କେଉଁ ସଂସ୍ଥା ଦ୍ୱାରା କରାଯାଉଛି। ଅନୁନ୍ନତ ଜିଲାରେ ଏହାର କି ସୁଫଳ ମିଳିଛି। ଏ ଦିଗରେ ତଦାରଖ କରିବା ପାଇଁ ବ୍ୟବସ୍ଥା କରିବେ କି? ମନ୍ତ୍ରୀ କହିଥିଲେ, ଜିଲାଗୁଡ଼ିକର ବାର୍ଷିକ ଚିଠା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଜିଲା ଯୋଜନା କମିଟି ଦ୍ୱାରା ସେଗୁଡ଼ିକୁ ଅନୁମୋଦନ କରାଯାଇଥାଏ। ଏହି ଯୋଜନାରେ ବିଭିନ୍ନ ବିଭାଗର ରାଜ୍ୟ, କେନ୍ଦ୍ରୀୟ ଏବଂ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାର ଜିଲାସ୍ତରୀୟ ଯୋଜନାଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଥାଏ। ଏଥିସହିତ ବିଭିନ୍ନ ଯୋଜନାରୁ ଅନୁସୂଚିତ ଜାତି ସ୍ବତନ୍ତ୍ର ଯୋଜନା ଓ ଆଦିବାସୀ ଉପଯୋଜନା ପାଇଁ ପାଣ୍ଠିର ବ୍ୟବସ୍ଥା କରାଯାଇଥାଏ। ଜିଲାସ୍ତରୀୟ ଯୋଜନାଗୁଡିକ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟକାରୀ ଓ ତଦାରଖ କରାଯାଉଛି। ବିଜେଡି ସଭ୍ୟ ପ୍ରଦୀପ ମହାରଥୀ, ଅମର ଶତପଥୀ, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ, ଭାଜପା ସଭ୍ୟ ଭାସ୍କର ମଢ଼େଇ ଅତିରିକ୍ତ ପ୍ରଶ୍ନରେ ରାଜ୍ୟରେ ଯୋଜନା ବୋର୍ଡ କେତେଥର ବସିଛି। ଯୋଜନା ବୋର୍ଡର ସମୀକ୍ଷା ବୈଠକରେ ନିଆଯାଉଥିବା ନିଷ୍ପତ୍ତି କେତେଥର କାର୍ଯ୍ୟକାରୀ ହୋଇଛି, ଜିଲା ଯୋଜନା ବୋର୍ଡ ଭାଙ୍ଗିଯାଇଛି, ଏହାର ପୁନର୍ଗଠନ କରିବେ କି? ଏଥିସହିତ ଏମ୍‌ଏଲ୍‌ଏ ଲ୍ୟାଡ୍‌ ୫ କୋଟି ଏବଂ ସ୍ପେଶାଲ ପ୍ରୋବ୍ଲେମ୍‌ ଫଣ୍ଡ ୨ କୋଟିକୁ ବୃଦ୍ଧି କରିବେ କି ବୋଲି ପଚାରିଥିଲେ। ବ୍ଲକ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ୫ ଟିକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟବସ୍ଥା ହେଲାଣି କି? ଉଠା ଜଳସେଚନ ଓ ବଡ଼ ବଡ଼ ପ୍ରକଳ୍ପ କରି ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବା, ରାଜ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କାର୍ଯ୍ୟକ୍ରମ କରିବା ଆଦି ପ୍ରସ୍ତାବ ଦେଇଥିଲେ । ମନ୍ତ୍ରୀ କହିଥିଲେ, ନିର୍ବାଚନ ସରିଛି। ଜିଲା ଯୋଜନା କମିଟି ଗଠନ ହେବ। ଏମ୍‌ଏଲ୍‌ଏ ଲ୍ୟାଡ୍‌ ବୃଦ୍ଧି ପାଇଁ ପରବର୍ତ୍ତୀ ସମୟରେ ପଦକ୍ଷେପ ନିଆଯିବ। ୫ ଟି ଯୋଜନା ଓ ସଂଯୋଜନା ବିଭାଗରେ ହେଉ ନାହିଁ, ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ସଚିବ ନିଯୁକ୍ତି ଦେଇଛନ୍ତି ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଦ ହଜାଇଲା ଅଦିନିଆ ବର୍ଷା: କ୍ଷେତରେ ପଚି ଗଜା ହେଲାଣି ପାଚିଲା ଧାନ

ଛେନାପଦି, ୨୬ା୧୨(ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ୪ ଦିନ ପୂର୍ବେ...

ନିଦ ହଜାଇଛି ଜିନ୍ନତ: ପୁଣି ଓଡ଼ିଶା ଆସିବାକୁ ଯାଉଛନ୍ତି ଆଉ ଦୁଇ ବାଘ

ଭୁବନେଶ୍ୱର,୨୬ା୧୨: ମହାରାଷ୍ଟ୍ରରୁ ଓଡ଼ିଶା ଆସିଥିବା ବାଘୁଣୀ ଜିନ୍ନତ ତିନି ରାଜ୍ୟ ବନ ବିଭାଗର ନିଦ ହଜାଇଛି। ଏହାରି ମଧ୍ୟରେ ଆଉ କିଛି ବାଘ ପୁଣି ଓଡିଶା...

୪ ମଣ୍ଡିରେ ଶୀତ-ବର୍ଷାରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ଚାଷୀଙ୍କ ନିଦ ହଜିଛି

କେସିଙ୍ଗା,୨୬ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଚଳିତବର୍ଷ ଭଲ ଧାନ ଫସଲ ହୋଇଥିବା ବେଳେ ଫସଲ ପାକଳ ହେବା ବେଳକୁ ବର୍ଷାର ଅଭାବ...

Featured Video Play Icon

ଏମାନଙ୍କଠୁ ଶିଖିବା କଥା ବନ୍ଧୁତା

ବନ୍ଧୁତା , ଏ ଶବ୍ଦଟି ସତରେ କେତେ ମଧୁର ତାର ଜ୍ୱଳନ୍ତ ଦୃଶ୍ୟ ଏଇ ବୁଲା ଷଣ୍ଢ ଓ ବୁଲା କୁକୁର ଦୋସ୍ତିକୁ ଦେଖି ଜାଣିପାରୁଥିବେ...

ଯାଜପୁର, ନୂଆ ଜଗନ୍ନାଥ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ଼, ଦୃଷ୍ଟି ଦେବାକୁ ପ୍ରଶାସନ ନିକଟରେ ଦାବି

ନିରାକାରପୁର, ୨୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ନିରାକାରପୁର ବଜାରରୁ ଲେଣ୍ଡୋ ପଞ୍ଚାୟତର ଯାଜପୁର ଗାଁକୁ ଯିବା ମୁଖ୍ୟ ରାସ୍ତାଟି ଏବେ ଡମ୍ପିଂୟାର୍ଡ଼ ପାଲଟିଛି। ଖାଲି ଯାଜପୁର...

ଏଆରଆଇଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ, ୮ଟି ପ୍ଲଟ୍‌, ନଗଦ ଟଙ୍କା ସମେତ ମିଳିଲା…

କୋରାପୁଟ। ବୋରିଗୁମ୍ମା,୨୬।୧୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ): ଭିଜିଲାନ୍ସ ଜାଲରେ କୋରାପୁଟ ଜିଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲର ଏଆରଆଇ। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ...

ରଘୁବର ଦାସଙ୍କ ଇସ୍ତଫା ପରେ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବଢ଼ିଲା ଦାବି

ଭୁବନେଶ୍ୱର,୨୬ା୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିବା ପରେ ହରିବାବୁ କମ୍ଭମପତିଙ୍କୁ ରାଜ୍ୟର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ...

ନବୀନଙ୍କ ପରେ କିଏ? ଉତ୍ତରରେ ନବୀନ କହିଲେ ମୋ’ ପରେ…

ଭୁବନେଶ୍ୱର,୨୬ା୧୨: ଗୁରୁବାର ଶଙ୍ଖଭବନରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri