Categories: ଜାତୀୟ

କୋଭିଡ୍‌-୧୯ ଭ୍ୟାକ୍‌ସିନ : ୧୨ ତାରିଖ ମଧ୍ୟାହ୍ନ ସୁଦ୍ଧା ପହଞ୍ଚିଛି ୫୪.୨୭ ଲକ୍ଷ ଡୋଜ

ନୂଆଦଲ୍ଲୀ,୧୨।୧: କୋଭିଡ୍‌-୧୯ ଭ୍ୟାକ୍‌ସିନ ମଙ୍ଗଳବାର ତଥା ୧୨ ତାରିଖ ମଧ୍ୟାହ୍ନ ସୁଦ୍ଧା ବିଭିନ୍ନ ଜାତୀୟ ଓ ରାଜ୍ୟ ସ୍ତରୀୟ ଷ୍ଟୋରରେ ପହଞ୍ଚିଛି ୫୪.୨୭ ଲକ୍ଷ ଡୋଜ। ଏ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଆସନ୍ତା ଗୁରୁବାର ସୁଦ୍ଧା ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ଠାରୁ ୧.୧ କୋଟି ଓ ଭାରତ ବାୟୋଟେକ୍‌ ନିକଟରୁ ୫୫ ଲକ୍ଷ କୋଭିଡ୍‌-୧୯ ଭ୍ୟାକ୍‌ସିନ ଡୋଜ ସଂଗ୍ରହ ହେବ।

ଆସନ୍ତା ୧୬ ତାରିଖରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ପୁଣେସ୍ଥିତ କମ୍ପାନୀ ମଙ୍ଗଳବାର ସକାଳେ ୧୩ ସହରକୁ କୋଭିସିଲ୍ଡ ପଠାଇଥିଲା। ଭାରତ ବାୟୋଟେକ୍‌ ଦ୍ୱାରା ୫୫ ଲକ୍ଷ କୋଭାକ୍‌ସିନ ଡୋଜ ପ୍ରସ୍ତୁତ କରାଯାଇଛି। ୩୮.୭ ଲକ୍ଷ ଡୋଜ ପର୍ଯ୍ୟନ୍ତ ପ୍ରତ୍ୟେକର ମୂଲ୍ୟ ଟ୍ୟାକ୍ସକୁ ମିଶାଇ ୨୯୫ ଟଙ୍କା । ଭାରତ ବାୟୋଟେକ୍‌ ୧୬.୫ ଲକ୍ଷ ଡୋଜ ମାଗଣାରେ ସରକାରଙ୍କୁ ଯୋଗାଇଛି। ଫଳରେ ପ୍ରତ୍ୟେକ ଡୋଜର ମୂଲ୍ୟ ୨୦୬ ଟଙ୍କା ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।

Share