ବିଭିନ୍ନ ଆର୍‌ଟିଓ ଅଧୀନରେ ଖୋଲିବ ୫୪ କ୍ୟାମ୍ପ ଅଫିସ୍‌

ଭୁବନେଶ୍ୱର, ୬।୯(ସୁନିତ୍‌ ମିଶ୍ର): : ରାଜ୍ୟର ବିଭିନ୍ନ ଜିଲା ମୁଖ୍ୟାଳୟରେ ଆର୍‌ଟିଓ(ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ) ଥିଲେ ମଧ୍ୟ ଲୋକଙ୍କ ସୁବିଧା ଦୃଷ୍ଟିରୁ ରାଜ୍ୟ ସରକାର ଆଉ ୫୪ ସ୍ଥାନରେ କ୍ୟାମ୍ପ ଅଫିସ(ଆର୍‌ଟିଓ) ଖୋଲିବାକୁ ଅନୁମତି ଦେଇଛନ୍ତି। ଏହି କ୍ୟାମ୍ପ ଅଫିସ୍‌ଗୁଡ଼ିକ ସମ୍ପୃକ୍ତ ଜିଲାଗୁଡିକରେ ଥିବା ଆର୍‌ଟିଓ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରିବ। ଆର୍‌ଟିଓମାନେ ନିଜ ଅଞ୍ଚଳରେ ପ୍ରସ୍ତାବିତ କ୍ୟାମ୍ପ ଅଫିସରେ ବିଭିନ୍ନ ପରିବହନ ସେବା ଯୋଗାଇଦେବାକୁ ଉପସ୍ଥିତ ରହିବେ। ରାଜ୍ୟ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ କମିଶନରଙ୍କୁ ଏହି ନୂଆ ୫୪ କ୍ୟାମ୍ପ ଅଫିସ ଖୋଲିବାକୁ ସରକାର ଅନୁମତି ଦେଇଥିବା ନେଇ ଜଣାପଡିଛି। ରାଜ୍ୟ ପରିବହନ କମିଶନର ଗତ ୨୩ ତାରିଖରେ ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଆଧାରକରି ରାଜ୍ୟ ସରକାର ଅନୁମତି ଦେଇଥିବା ଜଣାପଡ଼ିଛି। ଏ ସବୁ କ୍ୟାମ୍ପ ଅଫିସ୍‌ ସେହି ଜିଲାରେ ଥିବା ଆର୍‌ଟିଓ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟ କରିବ। ମିଳିଥିବା ସୂଚନା ମୁତାବକ, ଗଞ୍ଜାମ ଜିଲାରେ ୨ଟି ଆର୍‌ଟିଓ ଛତ୍ରପୁର ଓ ଭଞ୍ଜନଗରରେ ଥିବାବେଳେ କ୍ୟାମ୍ପ ଅଫିସ ଯଥାକ୍ରମେ ବ୍ରହ୍ମପୁର ଓ ଆସିକାରେ ଖୋଲିବ। ସେହିପରି କଳାହାଣ୍ଡିରେ ଆର୍‌ଟିଓ ଅଫିସ୍‌ ଥିବାବେଳେ ଧର୍ମଗଡ଼ କ୍ୟାମ୍ପ ଅଫିସ ଖୋଲିବ। ସେହିପରି ମୟୂରଭଞ୍ଜର ରାଇରଙ୍ଗପୁର ଆର୍‌ଟିଓ ଅଫିସ ଅଧୀନରେ କରଞ୍ଜିଆରେ କ୍ୟାମ୍ପ ଅଫିସ୍‌ ସ୍ଥାପନ ହେବ। ଏହିଭଳି ଆଉ କେତେକ ସ୍ଥାନରେ ମଧ୍ୟ କ୍ୟାମ୍ପ ଅଫିସ୍‌ ଖୋଲିବାକୁ ଥିବା ଜଣାପଡିଛି। କେବଳ ନୂଆପଡ଼ା ଜିଲା(ଆର୍‌ଟିଓ)କୁ ବାଦ୍‌ ଦେଲେ ଅନ୍ୟ ସବୁ ଜିଲାରେ ଏହି ନୂଆ କ୍ୟାମ୍ପ ଅଫିସ୍‌ ଖୋଲିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥରାଇବ ଶୀତ

ଭୁବନେଶ୍ୱର,୧୪ା୧୧(ଅନୁରାଧା ମହାରଣା)- ରାଜ୍ୟରେ ବର୍ତ୍ତମାନ କୌରସି ନିର୍ଦ୍ଧିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନାହିଁ। ଗତ କିଛିଦିନ ଧରି ସାରା ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହୁଥିବାବେଳେ...

ନଭେମ୍ବର ୧୮, ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଭୁବନେଶ୍ୱର, ୧୫ା୧୧: ଆସନ୍ତା ନଭେମ୍ବର ୧୮ ତାରିଖ ଏବଂ ନଭେମ୍ବର ୨୫ ତାରିଖ ଉଭୟ ସୋମବାରରେ ଭୁବନେଶ୍ୱର, ୟୁନିଟ -୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ...

ଧାନ କିଣାକୁ ନେଇ ଦ୍ୱନ୍ଦ…

ସୋନପୁର,୧୫l୧୧(ମୃତ୍ୟୁଞ୍ଜୟ ଶତପଥୀ): ଖରିଫ ଧାନ କିଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ପଷ୍ଟ ସୂଚନା ନାହିଁ l ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଓ...

ଆଦିବାସୀ ପିଲାମାନଙ୍କ ଶିକ୍ଷା, ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ୧୫୩୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୧୫ା୧୧: ଜନତା ମଇଦାନରେ ରାଜ୍ୟସ୍ତରୀୟ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ସମାରୋହ ପାଳନରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ ଦାଣ୍ଡ: ଡଙ୍ଗା ପାଇଁ ଗଲା ଏକାବେଳେ ୫ ଜଣଙ୍କ ଜୀବନ

ଭୁବନେଶ୍ୱର, ୧୫।୧୧: କାର୍ତ୍ତିକ ପୂର୍ଣ୍ଣିମାରେ ଭସା ଯାଇଥିବା ଡଙ୍ଗା ଆଣିବାକୁ ଯାଇ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜ୍ୟର ବିଭିନ୍ନ...

ମନ୍ଦିର ଭିତରେ ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

ଭୁବନେଶ୍ବର,୧୫।୧୧: ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଧୀନ ବେହେରା ସାହିସ୍ଥିତ ଶିବ ମନ୍ଦିରକୁ ପୂଜା କରିବାକୁ ଆସିଥିବା ଜଣେ ବୃଦ୍ଧାଙ୍କ ବେକରୁ ଜଣେ ଦୁର୍ବୃତ୍ତ ସୁନା ଚେନ...

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

କୁଚିଣ୍ଡା,୧୫।୧୧: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ସାନଦୁମେରମୁଣ୍ଡା ଗାଁରେ ଏକ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ପଶି ବନ୍ଧୁକ...

ଓଡିଶାର ଗୌରବମୟ ଇତିହାସକୁ ସ୍ମରଣ କଲେ ବିଏଚୟୁ ଛାତ୍ରୀଛାତ୍ର

ବାରାଣସୀ,୧୫।୧୧: ଓଡ଼ିଶାର ଗୌରବମୟ ଇତିହାସ ଏବଂ ଐତିହପୂର୍ଣ୍ଣ ସଂସ୍କୃତିର ମୂକସାକ୍ଷୀ କାର୍ତ୍ତିକ ପୂର୍ଣ୍ଣିମାକୁ ପ୍ରବାସୀ ଓଡ଼ିଆ ସଂଗଠନ ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ଉତ୍ସାହପୂର୍ଣ୍ଣ ପରିବେଶରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri