Categories: Uncategorized

୫୪ ଜଣିଆ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ, ୨୩ା୬: ଭାରତୀୟ ଆଥ୍‌ଲେଟିକ୍‌ ମହାସଂଘ ପକ୍ଷରୁ ଏସିଆନ୍‌ ଆଥ୍‌ଲେଟିକ୍‌ ଚାମ୍ପିୟନଶିପ୍‌ ପାଇଁ ୫୪ ଜଣିଆ ଦଳ ଘୋଷଣା କରାଯାଇଛି। ଜୁଲାଇ ୧୨-୧୬ ତାରିଖ ମଧ୍ୟରେ ବ୍ୟାଙ୍କକରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି। ଚଳିତ ସିଜନର ବିଭିନ୍ନ ଟୁର୍ନାମେଣ୍ଟର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦଳ ଚୟନ କରିଥିଲା ଭାରତୀୟ ଆଥଲେଟିକ ମହାସଂଘ(ଏଏଫ୍‌ଆଇ)ର ଚୟନ କମିଟି। ମୁରଲୀ ଶ୍ରୀଶଙ୍କର, ତାଜିନ୍ଦର ପାଲ ସିଂ ତୁର୍‌ ଓ ଡେକାଥେଲନ୍‌ ଚାମ୍ପିୟନ ତେଜଶ୍ୱିନ ଶଙ୍କରଙ୍କ ପରି ଖେଳାଳିଙ୍କୁ ଏହି ଦଳରେ ସ୍ଥାନ ମିଳିଛି। ଏହି ଦଳରେ ୨୬ ଜଣ ମହିଳା ଖେଳାଳିଙ୍କୁ ସ୍ଥାନ ମିଳିଛି। ଅନ୍ୟପକ୍ଷରେ ଅଲିମ୍ପିକ୍ସ ଚାମ୍ପିୟନ ନୀରଜ ଚୋପ୍ରା ଓ ଷ୍ଟିପଲ ଚେଜର ଅବିନାଶ ସାବ୍‌ଲେଙ୍କୁ ଏହି ଦଳରେ ସାମିଲ କରାଯାଇ ନାହିଁ। ଉଭୟ ଅଗଷ୍ଟ ମାସରେ ବୁଦାପେଷ୍ଟରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି।