ଆମେରିକାରେ ୫୪ ରାଜ୍ୟ: ବାଇଡେନ୍‌

ଓ୍ବାଶିଂଟନ୍‌, ୩୧ା୧୦: ୫୦ ରାଜ୍ୟକୁ ନେଇ ଗଠିତ ୟୁନାଇଟେଡ ଷ୍ଟେଟ୍ସ ଅଫ୍‌ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାର ହୋଇଛି। ଶୁକ୍ରବାର ପେନ୍‌ସିଲଭାନିଆ ଡେମୋକ୍ରାଟିକ୍‌ ପାର୍ଟି ରିସେପ୍‌ଶନବେଳେ ୭୯ ବର୍ଷୀୟ ବାଇଡେନ୍‌ କହିଥିଲେ, ଓବାମା କେୟାରକୁ ବଳବତ୍ତର ରଖିବା ପାଇଁ ୨୦୧୮ରେ ସେ ୫୪ ରାଜ୍ୟ ବୁଲି ପ୍ରଚାର କରିଥିଲେ।

ସେ ଆହୁରି କହିଥିଲେ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓବାମା କେୟାରକୁ ହଟାଇବା ନିମନ୍ତେ ପ୍ରାଣପ୍ରଣେ ଉଦ୍ୟମ ଚଳାଇଥିବାବେଳେ ଡେମୋକ୍ରାଟ୍‌ମାନେ ଏହା ସପକ୍ଷରେ ଅଭିଯାନ କରିଥିଲେ। ଏହି କାରଣରୁ ୨୦୧୮ରେ ରିପବ୍ଲିକାନ୍‌ ପାର୍ଟି ହାରିଯାଇଥିଲା। ନିଦ୍ରାଗ୍ରସ୍ତ ବାଇଡେନ୍‌ଙ୍କ ମତିଭ୍ରମ ହୋଇଥିବାରୁ ସେ ଆମେରିକାରେ ୫୪ ରାଜ୍ୟ ଥିବା କଥା କହୁଛନ୍ତି ବୋଲି ଟ୍ରମ୍ପ୍‌ ସମାଲୋଚନା କରିଛନ୍ତି।

Share