CORONAVIRUS UPDATE: ରାଜ୍ୟରେ ୫୪,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୧୯୭୭

ଭୁବନେଶ୍ୱର,୧୪ା୮(ବ୍ୟୁରୋ) : ଶୁକ୍ରବାର ୩୦ ଜିଲାରୁ ୧୯୭୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୧୨୪୧ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୭୩୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ୩୩୨ ପଜିଟିଭ୍‌ ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟରେ ରହିଛି ଗଞ୍ଜାମ। ଏଠାରୁ ୨୮୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୧୨୦ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲାଗୁଡ଼ିକ ମଧ୍ୟରେ ଅନୁଗୋଳରୁ ୨, ବାଲେଶ୍ୱର ୫୬, ଭଦ୍ରକ ୧୧୮, ବଲାଙ୍ଗୀର ୭, ବୌଦ୍ଧ ୫, କଟକ ୧୦୧, ଦେବଗଡ଼ ୨, ଢେଙ୍କାନାଳ ୪୦, ଗଜପତି ୯୩, ଜଗତସିଂହପୁର ୩୪, ଯାଜପୁର ୬୯, ଝାରସୁଗୁଡ଼ା ୧୧, କଳାହାଣ୍ଡି ୪୮, କନ୍ଧମାଳ ୬୦, କେନ୍ଦ୍ରାପଡ଼ା ୬, କେନ୍ଦୁଝର ୧୦, କୋରାପୁଟ ୯୦, ମାଲକାନଗିରି ୫୨, ନବରଙ୍ଗପୁର ୧୭, ନୟାଗଡ଼ ୭୫, ନୂଆପଡ଼ା ୨୦, ପୁରୀ ୮୩, ରାୟଗଡ଼ା ୭୦, ସମ୍ବଲପୁର ୫୯, ସୋନପୁର ୭ ଏବଂ ସୁନ୍ଦରଗଡ଼ରୁ ୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ରେ ପହଞ୍ଚିଥିବା ବେଳେ ୩୭,୯୦୦ ଜଣ ସୁସ୍ଥ ହୋଇଛନ୍ତି। ୧୬,୩୫୩ ଜଣ ଚିକିତ୍ସିତ ହେଉଛନ୍ତି।

 

Share