Categories: ବାଣିଜ୍ୟ

ଏପ୍ରିଲ୍‌ରେ ୫,୪୧,୯୪୬ ୟୁନିଟ ଗାଡ଼ି ବିକ୍ରି

ଭୁବନେଶ୍ୱର,୬।୫: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ମାସିକ ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଚଳିତ ଆର୍ଥିକ ବର୍ଷ (୨୦୨୪-୨୫ ) କୁ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି। ଏପରିକି ୨୦୨୪ ଏପ୍ରିଲ୍‌ରେ କମ୍ପାନୀ ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ ସହ ଏହି ମାସରେ ୫,୪୧,୯୪୬ ୟୁନିଟ ଗାଡ଼ି ବିକ୍ରି କରିଥିଲାବେଳେ ୪୫%ର ବିକ୍ରି ଅଭିବୃଦ୍ଧି ହାସଲ କରିଛି। ସେହିଭଳି ଦେଶ ଭିତରେ କମ୍ପାନୀ ୪,୮୧,୦୪୬ ୟୁନିଟ ଗାଡ଼ି ବିକ୍ରି କରିଥିବାବେଳେ ୬୦,୯୦୦ ୟୁନିଟ ଗାଡ଼ି ରପ୍ତାନୀ କରିଛି। ଏପରିକି ଦେଶ ଭିତର କମ୍ପାନୀ ବିକ୍ରି କ୍ଷେତ୍ରରେ ୪୨% ଅଭିବୃଦ୍ଧି ହାସଲ କରିଥିବା ବେଳେ ରପ୍ତାନି କ୍ଷେତ୍ରରେ ୬୭%ର ଉଚ୍ଚ ଅଭିବୃଦ୍ଧି ହାସଲ କରିଛି।

୨୦୨୪ ଏପ୍ରିଲ୍‌ରେ କମ୍ପାନୀ ଗୁରୁଗ୍ରାମର ମାନେସରଠାରେ ଥିବା ଗ୍ଲୋବାଲ ରିସୋର୍ସ ଫ୍ୟାକ୍ଟ୍ରିରେ ଏକ ଅତ୍ୟାଧୁନିକ ଇଞ୍ଜିନ ଆସେମ୍ବଲି ଲାଇନ୍‌ ଆରମ୍ଭ କରିଥିଲା। ପୂର୍ବ ଭାରତରେ କମ୍ପାନୀ ଉଲ୍ଳେଖନୀୟ ମାଇଲଖଣ୍ଟ ହାସଲ କରିଛି। ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଉତ୍ତର ପୂର୍ବ ଭାରତରେ କମ୍ପାନୀ ୮ନିୟୁତ ଗାଡ଼ି ବିକ୍ରି କରିଛି। ଏହି ମାସରେ କମ୍ପାନୀ ଉତ୍ତରପ୍ରଦେଶର ଅଯୋଧ୍ୟା, ମହାରାଷ୍ଟ୍ରର ଠାଣେ ଓ ନୂଆଦିଲ୍ଲୀଠାରେ ବିଗ୍‌ ୱିଙ୍ଗ ଡିଲରଶିପ୍‌ ଖୋଲିଥିଲାବେଳେ ଉତ୍ତରପ୍ରଦେଶର ଦେଓରିଆରେ ରେଡ୍‌ ୱିଙ୍ଗ ଡିଲର୍‌ଶିପ୍‌ର ଶୁଭାରମ୍ଭ କରିଛି।

ସଡ଼କ ସୁରକ୍ଷା ପାଇଁ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ମହାରାଷ୍ଟ୍ରର ପୁଣେ, କେରଳର କୋଚି, ପଞ୍ଜାବର ପଟିଆଲା, ଝାଡ଼ଖଣ୍ଡର ରାଞ୍ଚତ୍ିି, ମହାରାଷ୍ଟ୍ରର ରତ୍ନଗିରି, ମଧ୍ୟପ୍ରଦେଶର ଗ୍ବାଲିୟର, ତାମିଲନାଡୁର ହୋସୁର, ଉତ୍ତରପ୍ରଦେଶର ନୋଏଡା, ଆନ୍ଧ୍ରପ୍ରଦେଶର ବିଜୟୱାଡା ଓ ନୂଆଦିଲ୍ଲୀଠାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ହାଇଦ୍ରାବାଦ ଟ୍ରାଫିକ୍‌ ଟ୍ରେନିଂ ପାର୍କର ୯ମ ବାର୍ଷିକୀ ଉତ୍ସବ ପାଳନ କରାଯାଇଥିଲା।

Share