୫୪ତମ ଓଏସ୍‌ଏ ସମ୍ମିଳନୀ

ନୂଆଦିଲ୍ଲୀ,୨୩।୭: ବିୟୁଟିଫୁଲ ମାଇଣ୍ଡସ୍‌ ୟୁଥ୍‌ ମେଣ୍ଟରିଂ ଫାଉଣ୍ଡେଶନ (ବିଏମ୍‌ଓ୍ବାଇଏମ୍‌ଏଫ୍‌) ପକ୍ଷରୁ ନିକଟରେ ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ଯୁବଗୋଷ୍ଠୀଙ୍କ ମଧ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ୍‌) ଭିତ୍ତିକ ଶିକ୍ଷାକୁ ସମର୍ଥନ କରିବା ପାଇଁ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଓଡ଼ିଶା ସୋସାଇଟି ଅଫ୍‌ ଆମେରିକା (ଓଏସ୍‌ଏ)ର ୫୪ତମ ବାର୍ଷିକ ସମ୍ମିଳନୀ ଶିକାଗୋଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ୩ ଦିନିଆ ଓଏସ୍‌ଏ ସମ୍ମିଳନୀରେ ବୈଜ୍ଞାନିକ ଅନୁସନ୍ଧାନ ଏବଂ ପତ୍ରିକାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଉତ୍ତର ଆମେରିକାର ଯୁବକ ଓଡ଼ିଆ ଯୁବକମାନଙ୍କୁ ଷ୍ଟେମ୍‌ଭିତ୍ତିକ ପ୍ରତିଯୋଗିତାରେ ଭାଗନେବାକୁ ଉତ୍ସାହିତ କରିବା ପାଇଁ ଉକ୍ତ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ସେହିଭଳି ଶିକାଗୋରେ ଅବସ୍ଥିତ ଭାରତର କନ୍‌ସୁଲ୍‌ ଜେନେରାଲ ସୋମନାଥ ଘୋଷ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବବୈଜ୍ଞାନିକମାନଙ୍କୁ ଭାରତରେ ଷ୍ଟେମ୍‌ ସମ୍ବନ୍ଧୀୟ ଶିକ୍ଷା କ୍ଷେତ୍ରର ଅଗ୍ରଗତି ତଥା ଭାରତୀୟ ମୂଳ ଯୁବକମାନଙ୍କ ଭବିଷ୍ୟତରେ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ୱାଶିଂଟନ୍‌ ଡିସିରୁ ଡ. ଅଜୟ ମହାନ୍ତି,ଶିକାଗୋରୁ ଗୋକୁଳ ମିଶ୍ର ଏବଂ ବିଏମ୍‌ୱାଇଏମ୍‌ଏଫ୍‌ର ପ୍ରତିଷ୍ଠାତା ସଭାପତି ଡ. ଶୁଚିସ୍ମିତା ପଣ୍ଡା ପ୍ରମୁଖ ବିଚାରପତି ଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଶିକାଗୋର ଶୁଭେନ୍ଦୁ ଷଡ଼ଙ୍ଗୀ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁସନ୍ଧାନର ଗଭୀରତା,ପ୍ରସ୍ତୁତିର ବ୍ୟାପକତା ଏବଂ ଜୀବନ୍ତ ଉପସ୍ଥାପନା ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ଏହାର ସମସ୍ତ ପ୍ରତିଯୋଗୀଙ୍କୁ ବିଏମ୍‌ଓ୍ବାଇଏମ୍‌ଏଫ୍‌ର ପ୍ରତିଷ୍ଠାତା ସଭାପତି ଡ. ଶୁଚିସ୍ମିତା ପଣ୍ଡା ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ। ପରିଶେଷରେ ଫାଇନାଲିଷ୍ଟମାନେ ବିଚାର ପାଇଁ ବ୍ୟବହୃତ ରେଫରେନ୍ସ ସହ ଏକ ସଂକ୍ଷିପ୍ତ ଅନୁସନ୍ଧାନ ଡକ୍ୟୁମେଣ୍ଟ ମଧ୍ୟ ଦାଖଲ କରିଥିଲେ। ଉକ୍ତ ପ୍ରତିଯୋଗିତାର ବିଭିନ୍ନ କାଟେଗୋରିରେ ପ୍ରିୟଙ୍କା ଦାସ ଏବଂ ସାନ୍‌ଭି ଧଳ ପ୍ରଥମ ପୁରସ୍କାର ପାଇଥିବାବେଳେ ଅନନ୍ୟା ପଟ୍ଟନାୟକ ଏବଂ ଦେବା ଦେବାଂନ୍ସୀ ଦେ ଓ ନାଇହାରା ରାଉତ ୨ୟ ପୁରସ୍କାର ଏବଂ ଦେବାବନ୍ଦ୍ୟ ଦାଶ ଓ କ୍ରିତିତା ସାମଲ ୩ୟ ପୁରସ୍କାର ପାଇଥିଲେ। ଅପରପକ୍ଷରେ ପ୍ରତିଯୋଗିତାର ସମସ୍ତ ବିଜେତାଙ୍କୁ ବିଏମ୍‌ୱାଇଏମ୍‌ ଦ୍ୱାରା ପ୍ରକାଶିତ ପତ୍ରିକା, ଓଏସ୍‌ଏ ସଭାପତି ଜ୍ଞାନ ପଟ୍ଟନାୟକଙ୍କ ତଥା ସଂଯୋଜକ ଝରା ଦାସଙ୍କ ଦ୍ବାରା ପ୍ରାୟୋଜିତ ଟ୍ରଫି, ପୁରସ୍କାର ଚେକ୍‌ ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏଭଳି ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି ବିଏମ୍‌ଓ୍ବାଇଏମ୍‌ଏଫ୍‌ର ପ୍ରତିଷ୍ଠାତା ସଭାପତି ଡ. ଶୁଚିସ୍ମିତା ପଣ୍ଡା ମତପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ରର ଏକ ଅଣ ଲାଭ ସଙ୍ଗଠନ ବିଏମ୍‌ଓ୍ବାଇଏମ୍‌ଏଫ୍‌ ଯାହା ଭାରତରେ ଏକ ସେକ୍ସନ-୮ କମ୍ପାନୀ ଭାବେ ଉପସ୍ଥିତ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri