Categories: ଜାତୀୟ

୫୫.୬୦ ଲକ୍ଷ କ୍ଷତି ସହିଲାଣି ରେଲ୍‌ଓ୍ବେ

ନୂଆଦିଲ୍ଲୀ,୨୭।୭: ୨୦୧୯ରେ ଦେଶରେ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବା ପରଠୁ ଟେକାମାଡ଼ ଯୋଗୁ ରେଲ୍‌ଓ୍ବେକୁ ୫୫.୬୦ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଲାଣି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ଟ୍ରେନ୍‌କୁ ଟେକାମାଡ଼ କରିବା ଅଭିଯୋଗରେ ୧୫୧ ଜଣଙ୍କୁ ଗିରଫ କରାଯାଇଛି। ଯାତ୍ରୀଙ୍କ ଜୀବନହାନି କିମ୍ବା ସେମାନଙ୍କଠାରୁ ଚୋରି ଭଳି ଘଟଣା ନଜରକୁ ଆସିନାହିଁ। ଯାତ୍ରୀଙ୍କ ଜୀବନ ସୁରକ୍ଷା ଏବଂ ରେଲ୍‌ଓ୍ବେ ସମ୍ପତ୍ତି ଚୋରି ରୋକିବା ପାଇଁ ଜିଆର୍‌ପି/ଜିଲା ପୋଲିସ ପ୍ରଶାସନ ସହ ସମନ୍ବୟ ରଖି ରେଲ୍‌ଓ୍ବେ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଛନ୍ତି।

Share