ମସଜିଦ୍‌ରେ ବହିଲା ରକ୍ତର ନଦୀ

କାବୁଲ,୮।୧୦: ଶୁକ୍ରବାର ନମାଜ ପାଠ ବେଳେ ଆତଙ୍କବାଦୀମାନେ ଆଫଗାନିସ୍ତାନର କୁଣ୍ଡୁଜ ସହରସ୍ଥିତ ମସଜିଦରେ ରକ୍ତର ନଦୀ ବୁହାଇଛନ୍ତି। ଆତ୍ମଘାତୀ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ପୀଡ଼ିତଙ୍କ ମଧ୍ୟରେ ପ୍ରାୟତଃ ଲଘୁ ସମ୍ପ୍ରଦାୟର ଥିଲେ। ତେବେ ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। କିନ୍ତୁ ଏହା ପଛରେ ତାଲିବାନର ଚିରଶତ୍ରୁ ଇସ୍ଲାମିକ୍‌ ଷ୍ଟେଟ୍‌ ଗ୍ରୁପର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

Share