Categories: ଜାତୀୟ

ଆଇସ୍‌କ୍ରିମ୍‌ ଖାଇ ୫୫ ଅସୁସ୍ଥ, ୨ ଗୁରୁତର

ଖାରଗାଁଓ,୬।୪: ମଧ୍ୟପ୍ରଦେଶ ଖାରଗାଁଓ ଜିଲା ଛତଲ ଗ୍ରାମରେ ଏକ ଅଘଟଣ ଘଟିଛି। ଏକ ଧାର୍ମିକ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୫୫ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ଆଇସ୍‌କ୍ରିମର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ପ୍ରାଥମିକ ଚିକିତ୍ସା ପରେ ୨୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ମେଡିକାଲ ଅଫିସର ଡା. ଦିଲୀପ ସେପ୍‌ଟା ସୂଚନା ଦେଇଛନ୍ତି।

Share