Advertisement

ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଗଞ୍ଜେଇ ଭର୍ତ୍ତି କାର୍‌, ଅଧାବାଟରେ ମାଡିବସିଲା ଅବକାରୀ ବିଭାଗ

ଭଞ୍ଜନଗର,୧୦। ୩(ବାବୁଲା ପ୍ରଧାନ): ଚୋରା ଗଞ୍ଜେଇ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରୁ ଦୈନନ୍ଦିନ ଭାୟା ଭଞ୍ଜନଗର ଦେଇ ରାଜ୍ୟ ରାଜଧାନୀ ସମେତ ପଶ୍ଚିମବଙ୍ଗ, ଗୁଜରାଟ, ଆନ୍ଦ୍ରପ୍ରଦେଶ, ତେଲଙ୍ଗାନା ସମେତ ଅନ୍ୟାନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ଅଧିକାଂଶ ସମୟ ଅଭିଯୁକ୍ତମାନେ ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ଖସିଯାଉଛନ୍ତି। ଆଉ ବେଳେ ବେଳେ
ପୋଲିସ, ଅବକାରୀ, ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାରେ ଯାନବାହାନ ଯାଞ୍ଚ ସମୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ ମଧ୍ୟ କରାଯାଇଛି। ଏହିଭଳି ସୋମବାର ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଏକ କାର୍‌ ଗାଡ଼ିକୁ ସନ୍ଦେହରେ ସୋରାଦେବୀ ମନ୍ଦିରଠାରେ
ଅଟକ ରଖି ପଚରାଉଚରା କରିବା ପରେ ଗାଡ଼ିର ଡିକିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା।

ଏହାପରେ ଅବକାରୀ ବିଭାଗ ୫୫ କେଜି ଗଞ୍ଜେଇ କାର୍‌ରୁ ଜବତ କରିବା ସହ ଏନେଇ ଦୁଇ ଜଣକୁ ଗିରଫ କରିଛି। ଏଥିସହ କାର୍‌ ଗାଡ଼ିକୁ ଜବତ କରାଯାଇଛି। ଗିରଫ ଦୁଇଜଣ ହେଲେ ଅବଖି ଦିଗାଲ ଓ ପପୁନ ଦିଗାଲ।

ପ୍ରକାଶ ଯେ, ଅଭିଯୁକ୍ତ ଦ୍ବୟ ଏକ କାର୍‌ରେ ଭୁବନେଶ୍ୱର ଅଭିମୁଖେ ଗଞ୍ଜେଇ ଧରି ଯାଉଥିଲେ। ବାଟରେ ଭଞ୍ଜନଗର ଅବକାରୀ ଥାନାଅଧିକାରୀ ଡମ୍ବୁରୁଧର ହରିଜନ, ଏସ ଆଇ ଅଲିଭା ମାଝୀ ଗାଡିଟିକୁ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଥିଲା। ଏହାପରେ ଅତିରିକ୍ତ ତହସିଲଦାର ଅବିନାଶ ମେହେରଙ୍କ ଉପସ୍ଥିତିରେ ଗଞ୍ଜେଇଗୁଡ଼ିକୁ ଓଜନ କରାଯିବା ସହ ଅଭିଯୁକ୍ତଙ୍କୁ ଭଞ୍ଜନଗର କୋର୍ଟକୁ ସନ୍ଧ୍ୟାରେ ଚାଲାଣ କ

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share