Categories: ଖେଳ

ଜାତୀୟ କରାଟେ ପାଇଁ ୫୫ ଜଣିଆ ଓଡ଼ିଶା ଦଳ

ଭୁବନେଶ୍ୱର, ୨୧।୯(ତପନ ସ୍ବାଇଁ): ଗୁରୁବାରଠାରୁ ଚଳିତ ମାସ ୨୪ ପର୍ଯ୍ୟନ୍ତ ଡେରାଡୁନଠାରେ ହେବାକୁଥିବା ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ବୁଧବାର ଓଡ଼ିଶା ଦଳ ଘୋଷିତ ହୋଇଛି। ପ୍ରତିଯୋଗିତାର କ୍ୟାଡେଟ୍‌ ଜୁନିୟର, ୨୧ ବର୍ଷରୁ କମ୍‌ ଏବଂ ସିନିୟର ବର୍ଗ ନିମନ୍ତେ ମନୋନୀତ ୫୫ କରାଟେକା ବୁଧବାର ଡେରାଡୁନ ଯାତ୍ରା କରିିଛନ୍ତି। ଓଡ଼ିଶା ରାଜ୍ୟ କରାଟେ ସଂଘଦ୍ୱାରା ମନୋନୀତ ଏହି ଦଳ କରାଟେ ଇଣ୍ଡିଆ ଅର୍ଗାନାଇଜେଶନ (କେଆଇଓ) ଦ୍ୱାରା ଆୟୋଜିତ ଜାତୀୟ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ଓଡ଼ିଶା କରାଟେକାଙ୍କ ସହ କୋଚ୍‌ଭାବେ ଦୀପକ କୁମାର ସାମନ୍ତରା, ଖାରବେଳ ମଲିକ, ମହେଶ ଚନ୍ଦ୍ର ବରାଳ, ସନ୍ତୋଷ ମହାରଣା, ରାଜେନ୍ଦ୍ର କେଶରୀ ସାମଲ ଓ କେଜିକେ ପ୍ରତିହାରୀ ଏବଂ ମ୍ୟାନେଜର ଅଭିନାଷ ପୁନ୍ଦିର ଓ ଅଫିସିଆଲଭାବେ ରାଜୀବ କୁମାର ସିଂ ଡୋରାଡୁନ ଯାଇଛନ୍ତି। ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଥିବା ସମସ୍ତ କରାଟେକାଙ୍କୁ ରାଜ୍ୟ ସଂଘ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ ସହ ଅଂଶଗ୍ରହଣ ପାଇଁ ସହାୟତା ପ୍ରଦାନ କରିଥିବାରୁ ରାଜ୍ୟ କ୍ରୀଡ଼ା ବିଭାଗକୁ କୃତଜ୍ଞତା ଜଣାଯାଇଛି।

Share