ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଗୁରୁବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବିମାନବନ୍ଦରଠାରୁ ରାଜଭବନ ଯାଏ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ। ୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବା ସହ ୩୦୦ ପୋଲିସ ଅଧିକାରୀ ଦାୟିତ୍ୱରେ ରହିବେ। ଏଥିପାଇଁ ବୁଧବାର ପୋଲିସ ପକ୍ଷରୁ ଫୁଲ୍ ଡ୍ରେସ୍ ରିହର୍ସାଲ କରାଯିବ। ଅନ୍ୟପଟେ, ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଜି ମଧ୍ୟ ପୁରୀରେ କାର୍କେଡ୍ ରିହର୍ସାଲ ହେବ।