Categories: ଜାତୀୟ

ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ଶହୀଦ ହୋଇଛନ୍ତି ୫୫ ସୁରକ୍ଷାକର୍ମୀ

ଶ୍ରୀନଗର, ୧୨।୧୦: ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ୭୫ଟି ସଫଳ ଅପରେସନ ହୋଇଛି ବୋଲି ୟୁନିୟନ ଟେରିଟୋରୀ ପୋଲିସ ମହାନିର୍ଦ୍ଦେଶକ ଦିଲ୍‌ବାଗ ସିଂ ସୋମବାର କହିଛନ୍ତି। ଏହି ଅପରେସନରେ ୧୮୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅପରପକ୍ଷେ ୫୫ ଜଣ ସୁରକ୍ଷାକର୍ମୀ ଶହୀଦ୍‌ ହୋଇଥିବା ଦିଲ୍‌ବାଗ ସୂଚନା ଦେଇଛନ୍ତି। ଶହୀଦ୍‌ ହୋଇଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରେ ସିଆର୍‌ପିଏଫ୍‌, ଆର୍ମି ଓ ସ୍ଥାନୀୟ ପୋଲିସର କର୍ମଚାରୀ ରହିଛନ୍ତି। ଏଥିସହ ୧୩୮ ଜଣ ଆତଙ୍କବାଦୀ ଏବଂ ସେମାନଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀ ନିହତ ଏବଂ ଗିରଫ ହେବା ସଂଖ୍ୟା ଗତବର୍ଷ ତୁଳନାରେ ଅଧିକ ବୋଲି ଡିଜିପି ଏକ ଖବରଦାତା ସମ୍ମିଳନୀ ଅବସରରେ ପ୍ରକାଶ କରିଛନ୍ତି।

Share