୭ ବର୍ଷରେ ମଲେଣି ୫୫ ବାଘ

ଭୁବନେଶ୍ୱର, ୪।୧୦(ଅସମାପିକା ସାହୁ)ରାଜ୍ୟରେ ୨୦୧୫-୧୬ଠାରୁ ୨୦୨୩ ସେପ୍ଟେମ୍ବର ୨୫ ତାରିଖ ମଧ୍ୟରେ ୬୯୮ ହାତୀଙ୍କ ମୃତ୍ୟୁ ଘଟିଛି। ସେହିପରି ୪୮ କଲରାପତରିଆ ବାଘ ଓ ୭ଟି ମହାବଳ ବାଘଙ୍କ ମୃତ୍ୟୁ ହୋଇଥିବା ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି। ମଙ୍ଗଳବାର ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ବିଭିନ୍ନ ରୋଗ, ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ଆଦି ହାତୀ ଓ ବାଘ ମୃତ୍ୟୁର ପ୍ରମୁଖ କାରଣ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି। ହାତୀ ଓ ବାଘ ମୃତ୍ୟୁର ନିରାକରଣ ଉପରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ଯେ, ସେମାନଙ୍କ ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁର ପ୍ରତିରୋଧ, ଶିକାର କମାଇବା ଲାଗି ପଦକ୍ଷେପ ସର୍ବୋପରି ସ୍ପେଶାଲ ସ୍କ୍ବାଡ୍‌ ମୁତୟନ କରାଯିବା ନେଇ ପଦକ୍ଷେପ ନିଆଯିବ। ସେପଟେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଆଉ ଏକ ପ୍ରଶ୍ନରେ ଜଙ୍ଗଲ ମନ୍ତ୍ରୀ ଉତ୍ତର ଦେଇ ପ୍ରତିବର୍ଷ ରାଜ୍ୟରେ ହାରାହାରି ୮୦ଟି ହାତୀଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହେଉଥିବା କହିଛନ୍ତି।

Share