ନୂଆଦିଲ୍ଲୀ, ୮।୧୦: ଜଣେ ୫୫ ବର୍ଷ ବୟସ୍କ ଅଭିଯୁକ୍ତଙ୍କୁ ବାଳ ଅପରାଧୀଙ୍କ ଲାଗି ଧାର୍ଯ୍ୟ ହୋଇଥିବା ଦଣ୍ଡାଦେଶ କରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟକ୍ତି ଜଣଙ୍କ ନାମରେ ୧୯୮୧ରେ ଏକ ହତ୍ୟା ଅଭିଯୋଗ ହୋଇଥିଲା। ସେତେବେଳେ ସେ ନାବାଳକ ଥିଲେ। ତାଙ୍କ ପାଇଁ କିଭଳି ଦଣ୍ଡାଦେଶ କରାଯିବ ସେ ନେଇ ଜୁଭେନାଇଲ୍ ବୋର୍ଡକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧ ଘଟିଥିବାବେଳେ ବ୍ୟକ୍ତି ଜଣକ ନାବାଳକ ଥିବାରୁ ତାଙ୍କର ଦଣ୍ଡାଦେଶ ୨୦୦୦ ଜୁଭେନାଇଲ୍ ଅଧିନିୟମ ୧୫ ଅନୁସାରେ କରାଯିବା ଲାଗି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶ ବହରାଇଚ କୋର୍ଟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ କରିଥିଲେ। ତେବେ ସୁପ୍ରିମ୍କୋର୍ଟର ବିଚାରପତି ଏସ୍.ଅବ୍ଦୁଲ ନଜିର୍ ଏବଂ ସଞ୍ଜିବ ଖାନ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ବହରାଇଚ କୋର୍ଟଙ୍କ ଦଣ୍ଡାଦେଶକୁ ଖାରଜ କରିବା ସହିତ ନୂଆ ଦଣ୍ଡାଦେଶ ଲାଗି ଜୁଭେନାଇଲ୍ ବୋର୍ଡକୁ ନିର୍ଦ୍ଦେଶ ଜାରି କରିଛନ୍ତି।
Posted inଜାତୀୟ