ରାଜଧାନୀରୁ ୫୫୦ ଗ୍ରାମ ବ୍ରାଉନସୁଗାର, ୩୪ ଲକ୍ଷ ଟଙ୍କା ଜବତ; ୨ ଗିରଫ

ଭୁବନେଶ୍ୱର,୧୪ା୭(ବ୍ୟୁରୋ): ବୁଧବାର ରାଜଧାନୀରୁ ବଡ଼ ଧରଣର ବ୍ରାଉନସୁଗାର ରାକେଟର ପର୍ଦ୍ଦାଫାଶ ହୋଇଛି। ସହିଦନଗର ଥାନା କେସୁରା ଅଞ୍ଚଳରେ ଏକ ଘର ଭିତରୁ ୫୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥିସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି। ସହିଦନଗର ଥାନା ପୋଲିସ ଓ କୁଇ୍‌କ୍‌ ଆକ୍ସନ ଟିମ୍‌ କେସୁରା ଅଞ୍ଚଳରେ ଚଢ଼ାଉ କରି ଏହି ରାକେଟର ପର୍ଦ୍ଦାଫାଶ କରିଛି ।

ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୋଟିଏ କାର୍‌ ଓ ଦୁଇଟି ବାଇକ ଜବତ ହୋଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଖବରଦାତା ସମ୍ମିଳନୀର ସୂଚନା ଦେଇଛନ୍ତି। ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି।

Share