ମାଧ୍ୟମିକ ସ୍କୁଲରେ ନିଯୁକ୍ତ ହେବେ ୫୫୦ କ୍ରୀଡ଼ା ଶିକ୍ଷକ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ):ସରକାରୀ ମାଧ୍ୟମିକ ସ୍କୁଲଗୁଡ଼ିକରେ ଖାଲିଥିବା ପଦବୀରେ ୫୫୦ ଜଣ କ୍ରୀଡ଼ା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଅକ୍ଟୋବର ୫ରେ ହୋଇଥିବା ଅନ୍‌ଲାଇନ ପରୀକ୍ଷାଫଳ ଚୂଡ଼ାନ୍ତ ହୋଇଛି। ଏହି ପରୀକ୍ଷାରେ ମୋଟ ୫୫୦ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସାଧାରଣବର୍ଗରୁ ୧୦୪ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଏସ୍‌ଇବିସି ବର୍ଗର ୩୮୦, ଅନୁସୂଚିତ ଜାତି ବର୍ଗର ୪୮ ଓ ଅନୁସୂଚିତ ଜନଜାତି ବର୍ଗର ୧୮ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଅକ୍ଟୋବର ୨୯ ତାରିଖରୁ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ନିଜ ସ୍ଥାୟୀ ଠିକଣା ଥିବା ଜିଲାରେ ହେବ। ଏଥିପାଇଁ ସବିଶେଷ ସୂଚନା ଖୁବ୍‌ଶୀଘ୍ର www.dseodisha.in ୱେବ୍‌ସାଇଟ୍‌ରେ ପ୍ରକାଶିତ ହେବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର,୨୨ା୧୨: ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ରବିବାର ପରଲୋକ ଘଟିଛି। ଦେହାନ୍ତ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। କିଛି ଦିନ ହେବ ସେ ହୃଦରୋଗ...

ଶୁଣ୍ଢରେ ଟେକି ନେଇ କଚାଡ଼ିଲା, ପରେ ପାଦରେ ଦଳି ମାରିଲା ଦନ୍ତା

ବଣାଇଁ,୨୨ା୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନାଞ୍ଚଳ ଅନ୍ତର୍ଗତ ଜକୈକଳା ଗ୍ରାମରେ ରବିବାର ପୁଣି ଏକ ଗୋଠଛଡ଼ା ଦନ୍ତା ଶୁଣ୍ଢରେ ଟେକିନେଇ କଚାଡ଼ିବା ପରେ ପାଦରେ...

ନିଲମ୍ବିତ ପିଇଓଙ୍କୁ ଉଠାଇନେଲା ଭିଜଲାନ୍ସ, ୩ ପଞ୍ଚାୟତରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି…

ନବରଙ୍ଗପୁର,୨୨ା୧୨(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ୩ଟି ପଞ୍ଚାୟତ ତୁରୁଡ଼ିହି, କଚରାପରା -୩ ଓ ପରଚିପାରା ଦାୟିତ୍ୱରେ ଥିବା ପିଇଓ ସୁରେନ୍ଦ୍ର ଭତ୍ରା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

ନବରଙ୍ଗପୁର,୨୨ା୧୨(ସଦାଶିବ ପ୍ରହରାଜ): ସଡ଼କ ଦୁର୍ଘଟଣା ନେଲା ଦୁଇ ଜୀବନ। ଶନିବାର ବିଳମ୍ବିତ ରାତିରେ ନବରଙ୍ଗପୁର ସହର ନିକଟସ୍ଥ ଗ୍ଲେଜ ନିକଟରେ ଦୁଇ ବାଇକ୍‌ଆରୋହୀ ମୁହାଁମୁହିଁ ଧକ୍କା...

ମହିଳାଙ୍କ ଅଶ୍ଳୀଳ ଭିଡିଓ, ଫଟୋ ଭାଇରାଲ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୨ା୧୨(ସତ୍ୟଜିତ୍‌ ରାଉତ): ସମ୍ପର୍କରେ ବିଷ ଦେଲେ ଯୁବକ। ମହିଳାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ବ୍ଲାକମେଲ୍‌ କରି ନେଇଗଲେ...

ଆଜି ଶିମିଳିପାଳ ବନ୍ଦ

ବାରିପଦା,୨୨।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଲଗାଣ ବର୍ଷା ଯୋଗୁ ରବିବାର ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରାଯାଇଛି। ଶିମିଳିପାଳର ପିଠାବଟା ଓ କାଳିକାପ୍ରସାଦ ଦୁଇଟି ଗେଟ୍‌...

ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍ସନ: ବିଜେଡିରେ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୨୨ା୧୨(ଅନିଲ ଦାସ): ଏକ ଦେଶ ଏକ ନିର୍ବାଚନ(ୱାନ୍‌ ନେଶନ ୱାନ୍‌ ଇଲେକ୍ସନ) ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ ରହିଛି। ରାଜ୍ୟ ସଭାରେ ଏହି ବିଲ୍‌କୁ ଦଳ...

ବର୍ଷା ଧୋଇନେଲା ବର୍ଷକର ଦାନା

ଭୁବନେଶ୍ୱର,୨୨ା୧୨(ଅନିଲ ଦାସ): ଗତ ଦୁଇଦିନ ଧରି ଲାଗି ରହିଥିବା ଲଘୁଚାପ ବର୍ଷା ଧାନ ଫସଲକୁ ଏକ ପ୍ରକାର ଧୋଇନେଇଛି। ପାଣିରେ ଲୋଟୁଛି ପାଚିଲା ଧାନ। ଯଦିଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri