Advertisement

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୫୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୫୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୧୧,୯୪୭ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୧୬୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୬୩ ଏବଂ ବରଗଡ଼ରୁ ୪୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ମୟୂରଭଞ୍ଜରୁ ୪୦, ବଲାଙ୍ଗୀର ୩୫, ନୂଆପଡ଼ା ୨୬, ନବରଙ୍ଗପୁର ୨୪, ସମ୍ବଲପୁର ୨୨, ଅନୁଗୋଳ ୧୬, କଟକ ୧୪, ସୋନପୁର ୧୪, କୋରାପୁଟ ୧୦, ବାଲେଶ୍ୱର ୯, ଯାଜପୁର ୯, ଗଜପତି ୮, ଝାରସୁଗୁଡ଼ା ୮, ରାୟଗଡ଼ା ୮, ଦେବଗଡ଼ ୪, କନ୍ଧମାଳ ୪, ପୁରୀ ୪, ଜଗତସିଂହପୁର ୩, ଭଦ୍ରକ ୨, କେନ୍ଦ୍ରାପଡ଼ାରୁ ୨ ଏବଂ ଗଞ୍ଜାମରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୧୬।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share