୫୫୬.୪୯କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ଏସ୍‌ଡବ୍ଲ୍ୟୁସିର ଅନୁମୋଦନ

ଭୁବନେଶ୍ୱର,୧୮।୩: ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ମ ସିଙ୍ଗଲ୍‌ ୱିଣ୍ଡୋ କମିଟି(ଏସ୍‌ଡବ୍ଳ୍ୟୁସି) ବୈଠକରେ ମୋଟ ୮୨.୪୨ ମେଗାୱାଟ୍‌ ଅକ୍ଷୟ ଶକ୍ତି ଉପତ୍ାଦନ ପାଇଁ ଆସିଥିବା ୫୫୬.୪୯କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଅନୁମୋଦିତ ହୋଇଛି। ବିଶେଷକରି ସବୁଜ ଶକ୍ତି ପ୍ରକଳ୍ପ ସ୍ଥାପନ ଉଦ୍ଦେଶ୍ୟରେ ଏହି ଉତ୍ସର୍ଗୀକୃତ ମହତ୍ତ୍ୱପୂର୍ଣ୍ଣ ଅର୍ଥ ବିନିଯୋଗ ରାଜ୍ୟ ସରକାରଙ୍କ ନେଟ୍‌-ଜିରୋ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଆଇଟିସି ଲିମିଟେଡ୍‌ ଦ୍ୱାରା ୧୦ ମେଗାୱାଟ୍‌ ଗ୍ରାଉଣ୍ଡ ମାଉଣ୍ଟେଡ୍‌ ସୌରପ୍ରକଳ୍ପ, ଟାଟା ଷ୍ଟିଲ୍‌ ଦ୍ୱାରା ୭.୯୨ ମେଗାୱାଟ୍‌ ଗ୍ରାଉଣ୍ଡ ମାଉଣ୍ଟେଡ୍‌ ସୌରପ୍ରକଳ୍ପ ଏବଂ ଏମ୍‌ଜିଏମ୍‌ ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌ର ୫ ମେଗାୱାଟ୍‌ ଗ୍ରାଉଣ୍ଡ ମାଉଣ୍ଟେଡ ସୌରପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି, ଯାହାକି ରାଜ୍ୟର ସାମ୍ପ୍ରତିକ ସୌରଶକ୍ତି କ୍ଷମତାକୁ ଅଧିକ ପରିବର୍ଦ୍ଧିତ କରିବ। ସେହିପରି ରାଜ୍ୟରେ ଜଳ ବିଦ୍ୟୁତ୍‌ ଶକ୍ତି ଉତ୍ସର ଯଥାଯଥଃ ଉପଯୋଗ ଦିଗରେ ବଳିଷ୍ଠ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାରଙ୍କ ଅଧୀନ ଜେଡ୍‌କଲ୍‌ ଓ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ଼(ସେଲ୍‌)ର ଯୌଥ ଉଦ୍ୟୋଗରେ ୧୦ ମେଗାୱାଟ୍‌ ଉପତ୍ାଦନକ୍ଷମ ଏକ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପନ ପ୍ରସ୍ତାବକୁ ମଧ୍ୟ କମିଟି ଅନୁମୋଦନ କରିଛି। ଏତଦ୍‌ବ୍ୟତୀତ, ଜେଏସ୍‌ଡବ୍ଲ୍ୟୁ-ନିଓ ଏନର୍ଜି ଲିମିଟେଡ୍‌ ଦ୍ୱାରା ପ୍ରାସ୍ତାବିତ ୪୯.୫ମେଗାୱାଟ୍‌ କ୍ଷମତା ବିଶିଷ୍ଟ ରାଜ୍ୟର ପ୍ରଥମ ପବନ ଶକ୍ତି ପ୍ରକଳ୍ପକୁ ମଧ୍ୟ କମିଟି ମଞ୍ଜୁରୀ ପ୍ରଦାନ କରିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟ ଶକ୍ତି ବିଭାଗର ସିଙ୍ଗଲ୍‌ ୱିଣ୍ଡୋ କମିଟି (ଏସ୍‌ଡବ୍ଳ୍ୟୁସି) ଓଡ଼ିଶା ଅକ୍ଷୟଶକ୍ତି ନୀତି-୨୦୨୨ ଅନୁଯାୟୀ ୨୦୨୪ ମାର୍ଚ୍ଚ ୧୬ ସୁଦ୍ଧା ୩୯୭.୨୬ମେଗାୱାଟ୍‌ ଅକ୍ଷୟଶକ୍ତି ଉପତ୍ାଦନ ପାଇଁ ମୋଟ ୩,୧୨୯.୫୪ କୋଟି ଟଙ୍କା ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri