Categories: ଜାତୀୟ

୧୭ ରାଜ୍ୟ ୫୬ ପିଲାଙ୍କୁ ମିଳିଲା ସାହସିକତା ପୁରସ୍କାର

ନୂଆଦିଲ୍ଲୀ,୨୦।୧: ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଭାରତୀୟ ଶିଶୁ କଲ୍ୟାଣ ପରିଷଦ (ଆଇସିସିଡବ୍ଲ୍ୟୁ) ଦେଶର ୧୭ଟି ରାଜ୍ୟରୁ ୫୬ଜଣ ପିଲାଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛି। ସେମାନଙ୍କ ମଧ୍ୟରେ ବୁଡ଼ିଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିବା ୨ ବାଳକ ଏବଂ ପଞ୍ଜାବରେ ଜଳନ୍ତା ଗାଡ଼ିରୁ ୪ ପିଲାଙ୍କୁ ଉଦ୍ଧାର କରିଥିବା ଜଣେ ନାବାଳିକା ରହିଛନ୍ତି। କରୋନା ମହାମାରୀ ଯୋଗୁ ୨ ବର୍ଷ ପୁରସ୍କାର ବିତରଣ ବନ୍ଦ ରହିବା ପରେ ଚଳିତ ବର୍ଷ ୩ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶୁକ୍ରବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨୦୨୦ର ୨୨ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ୨୦୨୧ର ୧୬ ଜଣ ଏବଂ ୨୦୨୨ର ୧୮ ଜଣ ସମ୍ବର୍ଦ୍ଧିତ ହୋଇଛନ୍ତି।

Share