କଟକରୁ ଚିହ୍ନଟ ହେଲେ ଆଉ ୫୬ କରୋନା ଆକ୍ରାନ୍ତ: ଅଛନ୍ତି ଖ୍ରୀଷ୍ଟିଆନ୍‌ ସାହିରୁ ୨୫

କଟକ ଅଫିସ,୨୯।୭: କଟକ ସହରରେ ବୁଧବାର ୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୩କୁ ବୃଦ୍ଧି ପାଇଛି। ସେଥିରୁ ୫୦୨ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଇନ୍‌ଷ୍ଟିଚ୍ୟୁସନାଲ କ୍ୱାରାଣ୍ଟାଇନ୍‌ରୁ ୭, ହୋମ୍‌ କ୍ୱାରାଣ୍ଟାଇନ୍‌ରୁ ୪୭, ଲୋକାଲ କେସ୍‌ ୨ଜଣ ଅଛନ୍ତି। ଏନେଇ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ତେବେ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ମଧ୍ୟରେ ଚଣ୍ଡି ମନ୍ଦିର ଛକ ଖ୍ରୀଷ୍ଟିଆନ୍‌ ସାହିରୁ ୨୫, ମାଲଗୋଦାମ ବେହେରା ସାହିରୁ ୧୦ ଥିବା ସିଏମ୍‌ସି ପକ୍ଷରୁ କୁହାଯାଇଛି।

Share