ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଟିପ୍ସରେ ମିଳିଲା ଏତେ ଟଙ୍କା, ଯେଉଁଥିରେ କିଣାଯାଇପାରିବ କାର

ସମଗ୍ର ବିଶ୍ୱରେ ଖ୍ରୀଷ୍ଟମାସ ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଥିବା ବେଳେ ଆମେରିକାସ୍ଥିତ ଓହିଓର ଏକ ରେଷ୍ଟୁରାଣ୍ଟର କର୍ମଚାରୀଙ୍କ ଖୁସି ଦୁଇଗୁଣ ବଢ଼ି ଯାଇଛି। ଏପରିକି ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟରେ ୫,୬୦୦ ଡଲାର ଅର୍ଥାତ୍‌ ୪ ଲକ୍ଷ ୨୫ ହଜାର ୭୨୫ ଟଙ୍କା ଛାଡି ଚାଲିଯାଇଛନ୍ତି। ଖ୍ରୀଷ୍ଟମାସ ହେତୁ ବ୍ୟକ୍ତି ଜଣକ ରେଷ୍ଟୁରାଣ୍ଟରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଉକ୍ତ ଟଙ୍କା ଛାଡି ଯାଇଥିଲେ।

ଡିସେମ୍ବର ୧୨ରେ, ଜଣେ ଗ୍ରାହକ ରାତ୍ରିଭୋଜନ ପାଇଁ ଟୋଲେଡୋରେ ଥିବା ସୋକ ମେଡିଟେରାନେୟନ୍‌ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ରେଷ୍ଟୁରାଣ୍ଟ ଛାଡିବା ପୂର୍ବରୁ ବ୍ୟକ୍ତି ଜଣକ ସମସ୍ତ କର୍ମଚାରୀଙ୍କୁ ୫,୬୦୦ ଆମେରିକୀୟ ଡଲାର ଦେଇଥିଲେ। ସେଦିନ ଛୁଟିରେ ଥିବା ପିଲାଙ୍କୁ ଏଥିରେ ସାମିଲ କରିବା ପାଇଁ ସେ ରେଷ୍ଟୁରାଣ୍ଟ ମ୍ୟାନେଜମେଣ୍ଟକୁ କହିଥିଲେ।

କର୍ମଚାରୀଙ୍କ ମଧ୍ୟରେ ଏହି ଅର୍ଥ ବଣ୍ଟନ ହେବା ପରେ, ପ୍ରତ୍ୟେକ ସଦସ୍ୟ ୨୦୦ ଆମେରିକୀୟ ଡଲାର ଅର୍ଥାତ୍‌ ପ୍ରାୟ ୧୫ ହଜାର ଟଙ୍କା ପାଇଲେ। ଖ୍ରୀଷ୍ଟମାସ ପୂର୍ବରୁ ଏପରି ଟିପ୍ସ ପାଇବା ପରେ କର୍ମଚାରୀମାନେ ଭାବପ୍ରବଣ ହୋଇଯାଇଥିଲେ।

Share