ୟୁକ୍ରେନ୍‌ର ୫୬୫ ଶହ କୋଟି ଡଲାର କ୍ଷତି, ୭୮୮୬ କିଲୋମିଟର ରାସ୍ତାଘାଟ ନଷ୍ଟ…

କ୍ୱିଭ୍‌, ୨୯।୩ : ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ର ବହୁ ଆବାସିକ କୋଠା, ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଆଦି ଧ୍ୱଂସ ହୋଇଛି। ଯୁଦ୍ଧରେ ୟୁକ୍ରେନ୍‌ର ପ୍ରାୟ ୫୬୫ ଶହ କୋଟି ଡଲାର କ୍ଷତି ହୋଇଛି। ଏହା ସହିତ ୭୮୮୬ କିଲୋମିଟର ରାସ୍ତାଘାଟ ନଷ୍ଟ ହୋଇଯାଇଛି। ଏସବୁକୁ ସ୍ବାଭାବିକ କରିବା ପାଇଁ ବହୁ ବର୍ଷ ଲାଗିବାର ସମ୍ଭାବନା ରହିଛି।

ଇତିମଧ୍ୟରେ ୪୦ ଲକ୍ଷରୁ ଅଧିକ ଲୋକ ଜୀବନ ବିକଳରେ ୟୁକ୍ରେନ୍‌ ଛାଡ଼ି ଅନ୍ୟ ଦେଶରେ ଶରଣାର୍ଥୀ ସାଜିଛନ୍ତି। ୟୁକ୍ରେନ୍‌ର ସ୍ଥିତି ସୁଧୁରିଲେ ସେମାନେ ନିଜ ଭିଟାମାଟିକୁ ଫେରିବେ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ରହିଛି।

ରୁଷିଆ କ୍ଷେପଣାସ୍ତ୍ର ମାଡ଼ରେ ମାରିଆପୋଲ୍‌ ସହରର ୯୦ ପ୍ରତିଶତ ଧ୍ୱଂସସ୍ତୁପରେ ପରିଣତ ହୋଇଛି। ୟୁକ୍ରେନ୍‌ ମନ୍ତ୍ରୀ ୟୁଲିୟା ସିବ୍ରିଣ୍ଡେକୋ ଏସମ୍ପର୍କରେ ଫେସ୍‌ବୁକ୍‌ରେ ସୂଚନା ଦେଇଛନ୍ତି।

Share