Categories: ଫୁରସତ

୫୭ କେ.ଜି.ର ତମ୍ବା ବହି

ଭୋପାଲ: ପ୍ରାଚୀନ କାଳରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଡକ୍ୟୁମେଣ୍ଟକୁ ସୁରକ୍ଷିତ ରଖିବାକୁ ତମ୍ବା ପ୍ଲେଟ୍‌ର ବ୍ୟବହାର କରାଯାଉଥିଲା। କିନ୍ତୁ ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ଓକିଲ ତମ୍ବା ପ୍ଲେଟରୁ ୫୭ କେ.ଜି.ର ତମ୍ବା ବହି ପ୍ରସ୍ତୁତ କରିଛନ୍ତି। ୨୦୦ ସହରର ୪୨ ହଜାର ଲୋକଙ୍କଠାରୁ କେବଳ ୧ ଟଙ୍କା ଦାନ ସହିତ ଏହି ପ୍ରସ୍ତୁକରେ ବିଶ୍ୱର ୧୯୩ଟି ଦେଶର ପରିଚୟ ସହିତ ଜଡ଼ିତ ୬ହଜାରରୁ ଅଧିକ ପ୍ରତୀକ ରହିଛି। ଏହି ପୁସ୍ତକର ନାମକରଣ କରାଯାଇଛି ‘ସମ୍ବିଧାନ ସେ ଦେଶ’। ଇନ୍ଦୋରର ସ୍ଥାନୀୟ ଆଇନଜୀବୀ ଲୋକେଶ ମଙ୍ଗଲ କର୍ନାଟକ ସରକାର ଥାୱରଚାନ୍ଦ ଗେହଲଟଙ୍କ ପ୍ରେରଣାରେ ଏହି ପୁସ୍ତକ ପ୍ରସ୍ତୁତ କରିଥିବା ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ୬ ବର୍ଷର କଠିନ ପରିଶ୍ରମ ପରେ ଏହା ପ୍ରସ୍ତୁତ ହୋଇପାରିଛି। ପୁସ୍ତକର ମୋଟ ଓଜନ ୫୭ କିଲୋ ହୋଇଥିବାବେଳେ ତା’ର କଭର ପେଜ୍‌ର ଓଜନ ୧୦ କିଲୋ ରହିଛି। ପ୍ରତୀକଗୁଡ଼ିକ ୨୧୭ ଘଣ୍ଟା ମଧ୍ୟରେ ଲେଜର ଟେକ୍ନୋଲୋଜି ସାହାଯ୍ୟରେ ୨ କଳାକାରଙ୍କ ଦ୍ୱାରା ତମ୍ବା ପ୍ଲେଟ୍‌ରେ ଖୋଦିତ ହୋଇଛି। ସେ କହିଛନ୍ତି, ତମ୍ବା ପ୍ଲେଟ୍‌ର ଏହି କାର୍ଯ୍ୟର ମୂଳଦୁଆରେ ଭାରତର ‘ବସୁଧୈବ କୁଟୁମ୍ବକମ୍‌’ (ସମଗ୍ର ପୃଥିବୀ ଗୋଟିଏ ପରିବାର) ଏବଂ ‘ସର୍ଭେ ଭବନ୍ତୁ ସୁଖୀନଃ’ (ସମସ୍ତେ ଖୁସି ରୁହନ୍ତୁ)ର ଉଦାର ଭାବନା ରହିଛି। ପୁସ୍ତକଟି ୧୪ ଇଞ୍ଚ ଟଉଡ଼ା ୩୮ ଇଞ୍ଚ ଲମ୍ବା ହୋଇଥିବାବେଳେ ଏହାକୁ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାକୁ ଅତି କମ୍‌ରେ ୨ ଜଣ ଲୋକଙ୍କ ଆବଶ୍ୟକତା ରହିଥିବା ଆଇନଜୀବୀ ଲୋକେଶ କହିଛନ୍ତି।

Share