୨ ପଞ୍ଚାୟତରେ ୫୭ ଜାଲ୍‌ ଭତ୍ତା ହିତାଧିକାରୀ

ନୂଆଗାଁ,୧୮।୭(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଭତ୍ତା ପ୍ରଦାନରେ ଅନିୟମିତତା ଅଭିଯୋଗ ପରେ ନୟାଗଡ଼ ଉପ ଜିଲାପାଳଙ୍କ ଦ୍ୱାରା ୩ ଜଣିଆ କମିଟି ଗଠନ କରାଯାଇ ତଦନ୍ତ କରାଯାଇଥିଲା। ତଦନ୍ତରେ ନୂଆଗାଁ ବ୍ଲକର ୨ ପଞ୍ଚାୟତରେ ୫୭ ଜଣ ଜାଲ ଭତ୍ତା ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ଉଦୟପୁର ପଞ୍ଚାୟତରେ ୩୪ ଜଣ ଓ ମାଳିସାହି ପଞ୍ଚାୟତରେ ୨୩ ଜଣ ଜାଲ ହିତାଧିକାରୀ ଅଛନ୍ତି। ଏହି ହିତାଧିକାରୀମାନଙ୍କ ଭତ୍ତା ବନ୍ଦ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ଏକ ନୋଟିସ ଜାରି କରାଯାଇ ସଂପୃକ୍ତ ପଞ୍ଚାୟତରେ ଲଗାଯାଇଛି।
ଅଭିଯୋଗ ଅନୁଯାୟୀ, ନୂଆଗାଁ ବ୍ଲକରେ ଅନେକ ଅଯୋଗ୍ୟ ହିତାଧିକାରୀ ନିଜର ଆଧାର କାର୍ଡ, ଫଟୋ ପରିଚୟ ପତ୍ରରେ ନିଜର ବୟସ ବୃଦ୍ଧି, ଆବଶ୍ୟକ କାଗଜପତ୍ର ଓ ନିଜର ଫଟୋ ଏଡିଟିଂ କରି ଭତ୍ତା ହାତେଇଥିଲେ। ଏପରି କି ବାପାଙ୍କୁ ୭୮ ବର୍ଷ ହୋଇଥିବା ବେଳେ ପୁଅର ବୟସ ୬୯ ବର୍ଷ କରି ଭତ୍ତା ହଡପ କରାଯାଉଥିଲା। କେତେଜଣ ବିଭାଗୀୟ କର୍ମଚାରୀ, ସେବା କେନ୍ଦ୍ର ଓ ମଧ୍ୟସ୍ଥଙ୍କୁ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେଲେ ଅଯୋଗ୍ୟ ବ୍ୟକ୍ତିମାନେ ଭତ୍ତା ପାଇବା ସମ୍ଭବ ହୋଇପାରୁଥିଲା। ଏପରି କି କେତେଜଣ ସୁସ୍ଥ ସବଳ ଯୁବକ ମଧ୍ୟ ଭିନ୍ନକ୍ଷମ ପ୍ରମାଣପତ୍ର ଆଣି ଭତ୍ତା ପାଉଥିଲେ। ଏହି ଘଟଣାକୁ ନେଇ ‘ଡକ୍ୟୁମେଣ୍ଟ ଏଡିଟିଂ କରି ଭତ୍ତା ହାତେଇବାକୁ ପ୍ରୟାସ’ ଶୀର୍ଷକ ଏକ ରିପୋର୍ଟ ଧରିତ୍ରୀରେ ୨୮ା୫ା୨୦୨୪ରେ ପ୍ରକାଶ ପାଇଥିଲା। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ଘଟଣା ଉପରେ ଖୋଳତାଡ଼ ଆରମ୍ଭ ହୋଇଥିଲା। ପ୍ରକାଶିତ ଖବରର ସତ୍ୟତା ଜାଣିବା ନିମନ୍ତେ ନୟାଗଡ଼ ଉପଜିଲାପାଳ କର୍ଣ୍ଣଦେବ ସମାଦାର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ନୂଆଗାଁ ବିଡ଼ିଓ ଓ ନୂଆଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନେଇ ଏକ ୩ ଜଣିଆ କମିଟି ଗଠନ କରି ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତରେ ଉଦୟପୁର ପଞ୍ଚାୟତରେ ୩୪ ଜଣ ଓ ମାଳିସାହି ପଞ୍ଚାୟତରେ ୨୩ ଜଣ ଜାଲ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଚଞ୍ଚକତା କରି ସରକାରୀ ଅର୍ଥ ଲୁଟ୍‌ କରିଥିବା ବ୍ୟକ୍ତି ଓ ସେଥିରେ ସମ୍ପୃକ୍ତି ଥିବା ସେବା କେନ୍ଦ୍ର, ବିଭାଗୀୟ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଥିଲା। ତେବେ କାର୍ଯ୍ୟାନୁଷ୍ଠାନର ପ୍ରଥମ ସୋପାନରେ ଚିହ୍ନଟ ହୋଇଥିବା ୫୭ ଜାଲ ଭତ୍ତା ହିତାଧିକାରୀଙ୍କ ଅନୁଦାନକୁ ବନ୍ଦ କରି ଦିଆଯାଇଛି। ସେହିଭଳି ଅନେକ ସୁସ୍ଥସବଳ ଯୁବକ ଅସତ୍‌ ଉପାୟରେ ଭିନ୍ନକ୍ଷମ ପ୍ରମାଣପତ୍ର ଆଣି ଭତ୍ତା ପାଉଛନ୍ତି। ସେମାନଙ୍କୁ ଯଦି ଯାଞ୍ଚ କରାଯାଆନ୍ତା ତା’ହେଲେ ଆହୁରି ଅନେକ ଜାଲ ହିତାଧିକାରୀ ବାଦ୍‌ ପଡନ୍ତେ। ଫଳରେ ଭତ୍ତା ପାଇଁ ଆବେଦନ କରି ଅପେକ୍ଷାରେ ଥିବା ୧୧୭୧ ହିତାଧିକାରୀଙ୍କ ମଧ୍ୟରୁ ଅନେକ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image