୫୭ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ ଲକ୍ଷ୍ୟ, ଆଜିସୁଦ୍ଧା ୧୩ ହଜାର ପଞ୍ଜୀକୃତ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ସୁଭଦ୍ରା ଯୋଜନା ପାଇଁ ବିଭିନ୍ନ ସ୍ଥାନରେ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟରେ ନୂଆ ସରକାରଙ୍କ ନୂଆ ଯୋଜନା ସୁଭଦ୍ରାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସୁକତା ଦେଖାଯାଇଛି। ବ୍ୟାଙ୍କଠାରୁ ଆରମ୍ଭ କରି ଅଙ୍ଗନଓ୍ବାଡି କେନ୍ଦ୍ର, ମୋ’ ସେବାକେନ୍ଦ୍ର, କମନ ସର୍ଭିସ ସେଣ୍ଟର ଆଦିରେ ଲମ୍ବା ଧାଡ଼ିରେ ରହି ନିଜ ନାମ କିଭଳି ପ୍ରଥମେ ପଞ୍ଜୀକୃତ ହୋଇପାରିବ ସେନେଇ ଧାଡ଼ି ଲଗାଇଛନ୍ତି। ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଏହି ଯୋଜନାର ସଫଳ ରୂପାୟନକୁ ନେଇ ଘନଘନ ବୈଠକ ସହ ତଦାରଖ କରାଯାଉଛି। ମହିଳାଙ୍କୁ ଗାଁ ଗାଁରେ ସଚେତନ କରିବାକୁ ସୁଭଦ୍ରା ରଥକୁ ଗୁରୁବାରଠାରୁ ବୁଲିବା ପାଇଁ ଶୁଭ ଉଦ୍‌ଘାଟନ କରାଯାଇଛି। ବ୍ଲକ ଅଞ୍ଚଳରେ ୫୭ ହଜାର ମହିଳା ଏହି ଯୋଜନାରେ ସାମିଲ ହେବାକୁ ଲକ୍ଷ୍ୟ ରହିଥିବା ବେଳେ ଗୁରୁବାର ସକାଳ ସୁଦ୍ଧା ସର୍ବାଧିକ ୧୩ ହଜାର ମହିଳାଙ୍କ ନାମ ଏହି ଯୋଜନାରେ ପଞ୍ଜୀକୃତ କରାଯାଇଛି। ୨୫ ପଞ୍ଚାୟତ ଅଞ୍ଚଳରେ ଥିବା ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରରେ ଏବେ ସୁଦ୍ଧା ପ୍ରାୟ ୩୬ ହଜାର ସୁଭଦ୍ରା ଫର୍ମ ବଣ୍ଟନ ହୋଇସାରିଛି ବୋଲି ବିଡିଓ ତଥା ଏହି ଯୋଜନାର ଅଧ୍ୟକ୍ଷ ଗଦାଧର ପାତ୍ର କହିଛନ୍ତି। ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରାଯାଉଥିବା ଓ ଏଥିପାଇଁ ମିଶନଶକ୍ତିର ବିଭିନ୍ନ ବିଭାଗର କର୍ମକର୍ତ୍ତା, ଅଙ୍ଗନଓ୍ବାଡି କର୍ମୀଙ୍କ ସମେତ ବହୁ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା କୁହାଯାଇଛି। ସେପଟେ ମହିଳାମାନେ ଏହି ଯୋଜନାରେ ଅର୍ଥ ପାଇବା ପରେ ଅନେକ ଯୋଜନା କରିସାରିଛନ୍ତି କିଏ କୁକୁଡ଼ା ଚାଷ ତ କିଏ ଛେଳି, ପନିପରିବା ଚାଷ ସହ ଛୋଟ ବଡ଼ ବ୍ୟବସାୟୀ କରି ନିଜ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।
ସୂଚନାଯୋଗ୍ୟ, ୨୧ରୁ ୬୦ବର୍ଷର ମହିଳାମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ ଏହି ଯୋଜନାର ଗାଇଡ୍‌ଲାଇନ୍‌ ଓ ଫାଇଦା ସମ୍ପର୍କରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସେନା ଅଧିକାରୀ, ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ମାମଲା: ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର,୧୯।୯: ଶିଖ୍ ରେଜିମେଣ୍ଟର ଭାରତୀୟ ସେନା ଅଧିକାରୀ ମେଜର ଗୁରୁଭାନ୍ସ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ...

ଗାଁ ମୁହାଁ ଭାଲୁ, ଲୋକେ ଭୟଭିତ

କୋକସରା,୧୯।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଲୁଗୁଡା ନିକଟ ଚାଷଜମିକୁ ଲାଗି ରହିଥିବା ପଡ଼ିଆରେ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ...

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି।...

ଧାମନଗରରେ ୧୬୩ ଲାଗୁ

ଧାମନଗର,୧୯ା୯: ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି। ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବିଏନ୍‌ଏସ୍‌ଏସ୍‌ ୧୬୩ ଲାଗୁ ହୋଇଛି।...

ବି.ଫଟକରା ଗାଁରେ ଗୁଳିକାଣ୍ଡ: ଏସ୍‌ପିଙ୍କୁ ଭେଟିଲେ ଗ୍ରାମବାସୀ

ବଲାଙ୍ଗୀର,୧୯ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ ବି. ଫଟକରା ଗାଁରେ ଗତ ୧୧ ତାରିଖ ବିଳମ୍ବିତ ରାତିରେ କିଛି ଯୁବକ ମାରଣାସ୍ତ୍ର...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ପୁରୀରୁ ନବୀନଙ୍କୁ ସିଧା ଟାର୍ଗେଟ କଲେ ମୋହନ ମାଝୀ, କହିଲେ ପୁରୀରେ କରୁଥିଲେ ଏଇ ରାଜନୀତି…

ଭୁବନେଶ୍ୱର,୧୯।୯: ଓଡ଼ିଶାରେ ଭାଜପାର ୧୦୦ଦିନ ପୂରଣ ହେବା ନେଇ ପୁରୀରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ...

ବ୍ରିଜ୍‌ ଉପରେ ସ୍କୁଟି, ମୋବାଇଲ, ଆଧାରକାର୍ଡ ରଖି ଭରାନଦୀକୁ ଡେଇଁଲେ ଅଙ୍ଗନଓ୍ବାଡ଼ି ସୁପରଭାଇଜର

ଯାଜପୁର ସଦର,୧୯ା୯(ସମୟ ବିଜୟ ଶରଣ): ଯାଜପୁର ବ୍ଲକ ଅନ୍ତର୍ଗତ ବରୁଆଁ ନିକଟସ୍ଥ ଖରସ୍ରୋତା ନଦୀକୁ ଡେଇଁ କୁଆଖିଆ ଥାନା ଅନ୍ତର୍ଗତ ଶ୍ରିବନ୍ତପୁର ଅଞ୍ଚଳର ମନ୍ଦାକିନୀ ସାମଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri