୫୭୦୦ ଲକ୍ଷ ବର୍ଷ ପୁରାତନ ପ୍ରାଣୀ ଜୀବାଶ୍ମର ମିଳିଲା ସନ୍ଧାନ

ଭୋପାଳ,୧୦।୨: ମଧ୍ୟପ୍ରଦେଶର ଭୋପାଳ ଠାରୁ ୪୦ କିଲୋମିଟରର ଦୂରରେ ଥିବା ୟୁନେସ୍କୋ ଦ୍ୱାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇ ଥିବା ଭୀମ୍‌ବେଟ୍‌କାରେ ୫୭୦୦ ଲକ୍ଷ ବର୍ଷ ତଳେ ପୃଥିବୀରେ ବାସ କରୁଥିବା ପ୍ରାଣୀର ଜୀବାଶ୍ମର ସନ୍ଧାନ ମିଳିଛି। ଏହାର ଲମ୍ବ ୧୭ ଇଞ୍ଚ୍‌। ପୃଥିବୀର ସର୍ବ ପୁରାତନ ପ୍ରାଣୀ ଡିକ୍‌ଇନ୍‌ସୋନିଆର ଏହା ଜୀବାଶ୍ମ ବୋଲି ଗବେଷକ ଅନୁମାନ କରୁଛନ୍ତି। ଏଠାରେ ଥିବା ଏକ ଗୁମ୍ଫାର ଛାତ ଉପରୁ ଜୀବାଶ୍ମ ମିଳିଛି।

Share