ରାଜ୍ୟରେ ୫ ବର୍ଷରେ ୫୭୨ ଆଦିବାସୀ ଛାତ୍ରୀ, ମହିଳା ହୋଇଛନ୍ତି ବଳାତ୍କାରର ଶିକାର: ଫଇସଲା ହୋଇଥିବା ମାମଲା ସଂଖ୍ୟା….

ଭୁବନେଶ୍ୱର,୬।୯ : ରାଜ୍ୟରେ ୫ ବର୍ଷରେ ୫୭୨ ଆଦିବାସୀ ଛାତ୍ରୀ ଓ ମହିଳା ବଳାତ୍କାରର ଶିକାର ହୋଇଛନ୍ତି । ଶୁକ୍ରବାର ବିଧାନ ସଭାରେ ଜୟପୁର ବିଧାୟକଙ୍କ ପ୍ରଶ୍ନରେ ଏସ୍‌ସି/ଏସ୍‌ଟି ଉନ୍ନୟନ ମନ୍ତ୍ରୀ ଏନେଇ ଉତ୍ତର ରଖିଛନ୍ତି।
ତେବେ ଥାନାରେ ରୁଜୁ ହୋଇଥିବା ୫୭୨ ମାମଲାରୁ ୩୨ଟିର ଫଇସଲା ହୋଇଛି । ୫୦୯ ମାମଲାରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ୩୧ଟି ମାମଲା ବିଚାରାଧୀନ ଥିବା ଏସ୍‌ସି/ଏସ୍‌ଟି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ରାଜ୍ୟରେ ୫ ବର୍ଷରେ କେତେ ଆଦିବାସୀ ଛାତ୍ରୀ ଓ ମହିଳା ବଳାତ୍କାରର ଶିକାର ହୋଇଛନ୍ତି? କେତୋଟି ମାମଲା ଫଇସଲା ହୋଇଛି? କେତୋଟି ଚାର୍ଜସିଟ ଦାଖଲ ହୋଇଛି? ଏବଂ କେତୋଟି ବିଚାରାଧୀନ ରହିଛି। ଯାହାର ଉତ୍ତର ରଖି ଏସ୍‌ସି/ଏସ୍‌ଟି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ୫୭୨ ମାମଲାରୁ ୩୨ଟିର ଫଇସଲା ହୋଇଛି । ୫୦୯ ମାମଲାରେ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ୩୧ଟି ମାମଲା ବିଚାରାଧୀନ ରହିଛି।

Share