ଆୟେଶା ଶ୍ରଫ୍‌ଙ୍କଠାରୁ ୫୮ ଲକ୍ଷ ଠକେଇ

ମୁମ୍ବାଇ, ୯ା୬: ବଲିଉଡ୍‌ର ବରିଷ୍ଠ ଅଭିନେତା ଜାକି ଶ୍ରଫ୍‌ଙ୍କ ସ୍ତ୍ରୀ ଆୟେଶା ଶ୍ରଫ୍‌ ୫୮ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି। ଅଭିଯକ୍ତ ଆଲାନ ଫର୍ଣ୍ଣାଣ୍ଡିଜ୍‌ଙ୍କ ବିରୋଧରେ ମୁମ୍ବାଇ ସାନ୍ତାକ୍ରୁଜ୍‌ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଖବର ଅନୁଯାୟୀ ଆଲେନ ଏମ୍‌ଏମ୍‌ଏ ମାଟ୍ରିକ୍ସ କମ୍ପାନୀର ନିର୍ଦ୍ଦେଶକ ଥିଲେ। ଉକ୍ତ କମ୍ପାନୀ ଟାଇଗର ଶ୍ରଫ ଓ ତାଙ୍କ ମାଆ ଆୟେଶାଙ୍କ ନାଁରେ ରହିଛି। ଭାରତ ଓ ଭାରତ ବାହାରେ ୧୧ଟି ଟୁର୍ନାମେଣ୍ଟ ଆୟୋଜନ ଲାଗି ଆଲେନ୍‌ କମ୍ପାନୀରୁ ବହୁ ଅର୍ଥ ନେଇଯାଇଥିବା ଅଭିଯୋଗ ହୋଇଛି। ୨୦୧୮ ଡିସେମ୍ବରରୁ ୨୦୨୩ ଜାନୁୟାରୀରେ ସଂଗୃହୀତ ହୋଇଥିବା ୫୮,୫୩,୫୯୧ ଟଙ୍କା କମ୍ପାନୀ ଆକାଉଣ୍ଟରେ ରହିଥିଲା ବୋଲି କୁହାଯାଉଛି।

Share