୫୮ ନୂଆ ଶୀତଳଭଣ୍ଡାର

ଓଡ଼ିଶାରେ ଆବଶ୍ୟକ ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ଉତ୍ପାଦିତ ସାମଗ୍ରୀ ସଂରକ୍ଷଣ କରିପାରୁନାହାନ୍ତି। ଏଥିଯୋଗୁ ସେସବୁକୁ କମ୍‌ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଅଭାବୀ ବିକ୍ରି ସମସ୍ୟା ଯୋଗୁ ରାଜ୍ୟରେ କେତେକେ ଚାଷପ୍ରତି ବିମୁଖ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏହି ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର ଶୀତଳଭଣ୍ଡାର ନୀତି ତୁରନ୍ତ ପ୍ରଣୟନ କରିବେ। ପ୍ରଥମ ପର୍ଯ୍ୟାୟରେ ୫୮ ଉପଖଣ୍ଡରେ ଗୋଟିଏ ଲେଖାଏ କୋଲ୍ଡଷ୍ଟୋରେଜ୍‌ ନିର୍ମାଣ କରାଯିବ ବୋଲି ବୁଧବାର ବିଧାନସଭାରେ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।

ଭୁବନେଶ୍ୱର,୨୦ା୩ (ରବିନାରାୟଣ ଜେନା)ରାଜ୍ୟରେ ଚାଷୀକୁଳଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତଥା ସଂରକ୍ଷଣ ସୁବିଧା ଓ ଅଭାବୀ ବିକ୍ରି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଶୀତଳଭଣ୍ଡାର ନୀତି ତ୍ୱରିତ କାର୍ଯ୍ୟାନ୍ବୟନ କରିବେ। ଏହାର ପ୍ରଥମ ପର୍ଯ୍ୟାୟରେ ୫୮ ଉପଖଣ୍ଡରେ ଗୋଟିଏ ଲେଖାଏ ଶୀତଳଭଣ୍ଡାର ନିର୍ମାଣ କରାଯିବ। ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ୬.୫୦ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ସୁବିଧା ମିଳିବ ବୋଲି କୃଷିମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ବୁଧବାର ଭାଜପା ସଦସ୍ୟ ଅମର ନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ନୂତନ ଶୀତଳଭଣ୍ଡାର ନୀତି ଅନୁଯାୟୀ ଉଦ୍ୟୋଗୀମାନେ ଉପଖଣ୍ଡ ତଥା ବ୍ଲକସ୍ତରରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିପାରିବେ। ଯାଜପୁର ଭଳି ଗୋଟିଏ ସବ୍‌ଡିଭିଜନ ଥିବା ଜିଲାରେ ଯଦି ଏକାଧିକ ଶୀତଳଭଣ୍ଡାର ପାଇଁ ପ୍ରସ୍ତାବ ଆସେ ତେବେ ତାକୁ ବିଚାରକୁ ନିଆଯିବ ବୋଲି ଡ. ମହାପାତ୍ର କହିଥିଲେ। ଏହି ଅବସରରେ ପ୍ରଶ୍ନକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ୧୨ଟା ଯାଏ ମୁଲତବୀ ଘୋଷଣା କରିଥିଲେ।
ଗୃହ ବାହାରେ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଖାଦ୍ୟଶସ୍ୟ ସଂରକ୍ଷଣ ସୁବିଧାକୁ ମଜଭୁତ କରିବା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି, ଯାହା ବେସରକାରୀ ଉଦ୍ୟୋଗୀଙ୍କୁ ଆର୍ଥିକ ସମ୍ଭାବନା ଦୃଷ୍ଟିରୁ ଶୀତଳଭଣ୍ଡାର ନ ଥିବା ସ୍ଥାନରେ ଶୀତଳଭଣ୍ଡାର ଲାଗି ଉତ୍ସାହିତ କରିବ। ଏହି ଯୋଜନାର ସୁପରିଚାଳନା ଲାଗି ୫ ବର୍ଷ ଅବଧି ମଧ୍ୟରେ ୨୫୨ କୋଟି ଟଙ୍କାର ବଜେଟ ଅନୁମୋଦନ କରାଯାଇଛି। ଏହି ଯୋଜନାରେ ଶୀତଳଭଣ୍ଡାର ପାଇଁ ସ୍ଥାୟୀ ପୁଞ୍ଜି ବ୍ୟୟର ୬୦ପ୍ରତିଶତ ଅର୍ଥାତ୍‌ ସର୍ବାଧିକ ୬.୫୦ କୋଟିି ଟଙ୍କା ରିହାତି ମିଳିବ। ଅନୁସୂଚିତ ଜାତି, ଜନଜାତି, ମହିଳା, ତୃତୀୟଲିଙ୍ଗୀ ହିତାଧିକାରୀଙ୍କୁ ଏହି ରିହାତି ସୁବିଧା ମିଳିବ।
ସେହିପରି ସ୍ଥାୟୀ ପୁଞ୍ଜି ବ୍ୟୟର ୫୦ ପ୍ରତିଶତ ଅର୍ଥାତ୍‌ ସର୍ବାଧିକ ୬ କୋଟି ଟଙ୍କା ରିହାତି ଅନ୍ୟାନ୍ୟ ହିତାଧିକାରୀଙ୍କୁ ମିଳିବ। ଏହି ଯୋଜନାରେ ୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାରରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ, ଯେଉଁଥିରେ ରାଜ୍ୟ ସରକାରଙ୍କ ୩ ପ୍ରତିଶତ ଓ କେନ୍ଦ୍ର ସରକାରଙ୍କ ୩ ପ୍ରତିଶତ ଭାଗ ରହିବ। ନୂତନ ଶୀତଳଭଣ୍ଡାର ୟୁନିଟ୍‌ କାର୍ଯ୍ୟକ୍ଷମ ହେବା ତାରିଖରୁ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ସମୁଦାୟ ବିଦ୍ୟୁତ୍‌ ଶୁଳ୍କ ଉପରେ ୫୦ପ୍ରତିଶତ ରିହାତି ପ୍ରଦାନ କରାଯିବ। ଇଚ୍ଛୁକ ଅଣକାର୍ଯ୍ୟକ୍ଷମ ୟୁନିଟ୍‌ର ପୁନରୁଦ୍ଧାର ପାଇଁ ସର୍ବାଧିକ ୧.୫ କୋଟି ଟଙ୍କା ପର୍ଯ୍ୟନ୍ତ ସ୍ବତନ୍ତ୍ର ଆର୍ଥିକ ସହାୟତା ପାଇଁ ବିବେଚନା କରାଯିବ। ଶୀତଳଭଣ୍ଡାର ଉଦ୍ୟୋଗୀମାନଙ୍କର ବକେୟା ବିଦ୍ୟୁତ୍‌ ଦେୟ, ବକେୟା ଟ୍ୟାକ୍ସ, ବକେୟା ବ୍ୟାଙ୍କ ଦେୟ ଏବଂ ବକେୟା ଅନ୍ୟାନ୍ୟ ବିଧି ଯାହାକି ସରକାରୀ କିମ୍ବା ଜନକଲ୍ୟାଣ ସେବା ପ୍ରଦାନକାରୀଙ୍କୁ ପ୍ରଦାନ କରାଯିବାର ଥିବ, ସେଥିପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଶୀତଳଭଣ୍ଡାର ୟୁନିଟ୍‌ଗୁଡ଼ିକ ସମ୍ଭାବ୍ୟ କୃଷି ଉତ୍ପାଦନ ପୁଞ୍ଜ ସହିତ ସଂଲଗ୍ନ କରାଯିବ। ସଂରକ୍ଷଣ ଏବଂ ପରିବହନ ରିହାତି ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଅମଳ ପରବର୍ତ୍ତୀ ପରିଚାଳନା ଯୋଜନା ମାଧ୍ୟମରେ ପ୍ରଦାନ କରାଯିବ।
ଏହି ଅବସରରେ ଡ. ମହାପାତ୍ର କହିଥିଲେ, ରାଜ୍ୟରେ ସମୁଦାୟ ୧୩୩ଟି ଶୀତଳଭଣ୍ଡାର ଅଛି, ଯାହାର କି ସଂରକ୍ଷଣ କ୍ଷମତା ୪ଲକ୍ଷ ୧ହଜାର ୯୨୫ ମେଟ୍ରିକ୍‌ ଟନ୍‌। ସେଥିମଧ୍ୟରୁ ୩୫ଟି ସଚଳ ଅବସ୍ଥାରେ ରହିଛି। ଏଥିରେ ୨ଟି ସରକାରୀ ଶୀତଳଭଣ୍ଡାର ଯଥା ପୁରୀ ଏବଂ କଟକରେ ରହିଥିବାବେଳେ ଅବଶିଷ୍ଟ ୩୩ଟି ବେସରକାରୀ ଶୀତଳଭଣ୍ଡାର ରହିଛି। ସେହିପରି ରାଜ୍ୟରେ ୯୮ଟି ଶୀତଳଭଣ୍ଡାର ଅଚଳ ଅବସ୍ଥାରେ ରହିଛି ଯାହାର କି ସଂରକ୍ଷଣ କ୍ଷମତା ୨ଲକ୍ଷ ୨୯ହଜାର ୭୪୫ ମେଟ୍ରିକ୍‌ ଟନ୍‌ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ଓଲଟିଲା ବସ୍‌: ୮ ଆହତ

ଖୋର୍ଦ୍ଧା ,୨୨।୩: ଖୋର୍ଦ୍ଧା ଜିଲା ୧୬ ନମ୍ବର ଜାତୀୟ ରାଜପଥ ପାଇକକୁଶଡିହ ଛକଠାରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଘରୋଇ ବସ୍‌...

ଆର୍ଥ ଆଓ୍ବାର: ଘଣ୍ଟାଏ ପାଇଁ ଚାରିଆଡ ଅନ୍ଧାର

ଭୁବନେଶ୍ୱର,୨୨ା୩: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାର୍ଚ୍ଚ ମାସ ଶେଷ ଶନିବାର ଆର୍ଥ ଆଓ୍ବାର ଭାବେ ପାଳନ କରାଯାଏ। ଏବର୍ଷର ବିଷୟବସ୍ତୁ ରହିଛି ‘ୟୁନାଇଟେଡ୍‌ ଫର୍‌...

ଆଇବିସି ପିଙ୍କ ପାୱାର -୨୦୨୫: ର଼୍ୟାମ୍ପରେ ଚାଲିଲେ ଦିବ୍ୟାଙ୍ଗ ଛାତ୍ରୀ

ବରଗଡ଼,୨୨।୩(ପ୍ରେମାନନ୍ଦ ଖମାରୀ) :ଇଣ୍ଡିଆନ ବିୟୁଟି କାଉନସିଲ(ଆଇବିସି), ବରଗଡ଼ ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଫ୍ୟାଶନ ଶୋ, ରିଲସ, ନୃତ୍ୟ ଏବଂ ପାରମ୍ପରିକ...

ଓରିଏଣ୍ଟ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍‌: ଅଧିକାରୀ, କର୍ମଚାରୀଙ୍କୁ ପଚରାଉଚରା

ଝାରସୁଗୁଡ଼ା,୨୨।୩: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଟିମ୍‌ ଶନିବାର ପଞ୍ଚମ ଦିନରେ ବ୍ରଜରାଜନଗର ଓରିଏଣ୍ଟ ଥାନାରେ ପହଞ୍ଚି ତଦନ୍ତ...

ଗଞ୍ଜାମରେ ଅଦିନିଆ ବର୍ଷା: ଖଣ୍ଡଦେଉଳୀ ପଞ୍ଚୁଦୋଳ ଯାତ୍ରା ପ୍ରଭାବିତ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ): ତିନିଦିନ ଧରି ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଥିଲା ତାହା ସତ ହୋଇଛି। ଶନିବାର ପୂର୍ବାହ୍ନରୁ ଗଞ୍ଜାମ...

ସରପଞ୍ଚଙ୍କ ଜାଲ ଦସ୍ତଖତ କରି ସରକାରୀ ଅନୁଦାନ ୩କୋଟି ୨୬ ଲକ୍ଷ ଲଗାଇଥିଲେ ବେଟିଂରେ , ଏବେ ପିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ 

ଭବାନୀପାଟଣା,୨୨।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ତଲନାଗି ଓ ପୋଡାପଦର ପଞ୍ଚାୟତର ସରକାରୀ ଅନୁଦାନର ୩ କୋଟି ୨୬ ଲକ୍ଷ ଟଙ୍କା...

ପ୍ରଥମଥର ଭିଡିଓ ଜାରି କରି ମୋଦିଙ୍କ ବିରୋଧରେ ଗର୍ଜିଲେ ନବୀନ, କହିଦେଲେ ଏମିତି…

ନୂଆଦିଲ୍ଲୀ,୨୨।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଦ୍ରାବିଡ ମୁନେତ୍ର କାଝାଗମ (ଡିଏମକେ) ସଭାପତି ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱରେ ସୀମା ର୍ନିଦ୍ଧାରଣ ଉପରେ ମିଳିତ କାର୍ଯ୍ୟ କମିଟି (JAC)ର...

ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ନବୀନ, ଆଉ କିଛିସମୟ ପରେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୨।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଦ୍ରାବିଡ ମୁନେତ୍ର କାଝାଗମ (ଡିଏମକେ) ସଭାପତି ଏମ.କେ. ଷ୍ଟାଲିନଙ୍କ ନେତୃତ୍ୱରେ ସୀମା ର୍ନିଦ୍ଧାରଣ ଉପରେ ମିଳିତ କାର୍ଯ୍ୟ କମିଟି (JAC)ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image