ଆଜି ରାଜ୍ୟରୁ ୫୮ ପଜିଟିଭ୍‌ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ରାଜ୍ୟରୁ ୫୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୦୪୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସୁନ୍ଦରଗଡ଼ରରୁ ସର୍ବାଧିକ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୭, ପୁରୀ ଏବଂ ବାଲେଶ୍ୱରରୁ ୬ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୫, ବରଗଡ଼ ୧, ବଲାଙ୍ଗୀର ୨, ଦେବଗଡ଼ ୨, ଗଞ୍ଜାମ ୧, ଯାଜପୁର ୫, ଝାରସୁଗୁଡ଼ା ୧, କଳାହାଣ୍ଡି ୧, ମାଲକାନଗିରି ୨, ମୟୂରଭଞ୍ଜ ୪ ଏବଂ ନୂଆପଡ଼ାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ ସଂଖ୍ୟା ରହିଛି ୧।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬, ୦୪୨ରେ ପହଞ୍ଚିଥିବା ବେଳେ ୩,୩୩,୨୮୦ ଜଣ ସୁସ୍ଥ ହୋଇଛନ୍ତି। ୭୯୯ ଜଣ ଚିକିତ୍ସିତ ହେଉଛନ୍ତି।

Share