Categories: ଜାତୀୟ

ତାଉକାତେ ଆତଙ୍କ: ୫୮୦ କରୋନା ରୋଗୀଙ୍କୁ କରାଗଲା ସ୍ଥାନାନ୍ତର

ମୁମ୍ବାଇ,୧୬।୫: ଲାକ୍ଷାଦ୍ୱୀପ ଓ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ତଉକାତେ’ ବାତ୍ୟାର ପ୍ରଭାବ ଯୋଗୁ ବୃହନମୁମ୍ବାଇ ନଗର ନିଗମ(ବିଏମ୍‌ସି) ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ କେୟାର ସେଣ୍ଟରରୁ ୫୮୦ଜଣ ଆକ୍ରାନ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମୁମ୍ବାଇର ବିକେସିରୁ ୨୪୩, ଦହିସରରୁ ୧୮୩, ଓ ମୁଲୁଣ୍ଡରୁ ୧୫୪ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ବିଏମ୍‌ସିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଘୂର୍ଣ୍ଣିଝଡ଼ ତାଉକାତେ ବାତ୍ୟା ମୁମ୍ବାଇର ଉପକୂଳବର୍ତ୍ତୀ ଅଞ୍ଚଳ ମଧ୍ୟ ଦେଇ ଯାଇପାରେ। ଏହାର ପ୍ରଭାବରେ ସହରରେ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବୋହିବା ସହ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଯେଉଁଥିପାଇଁ ବିଏମ୍‌ସି ଏଭଳି ପଦକ୍ଷେପ ଗ୍ରହଣ କରିବା ସହ ସହରରେ ସମ୍ପୂର୍ଣ୍ଣ ଶଟ୍‌ଡାଉନ କରିବାକୁ ବିଚାର କରୁଛି। କିନ୍ତୁ ଏହି ସମୟରେ ଉପାନ୍ତ ସହର ଟ୍ରେନ୍‌ ସେବା ଜାରି ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share