ଖସୁଛି ଦୈନିକ ସଂକ୍ରମଣ, ଚିହ୍ନଟ ହେଲେ ୫୮୯୧ ପଜିଟିଭ୍‌

ଭୁବନେଶ୍ୱର,୨୫।୧(ବ୍ୟୁରୋ): ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୫୮୯୧ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୮୫୨ଜଣ ପିଲା ଅଛନ୍ତି। ୩୪୧୩ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୨୪୭୮ ଲୋକାଲ କେସ୍‌ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩,୦୩୬ ଥିବା ବେଳେ ଅନୁଗୋଳରୁ ୧୦୬, ବାଲେଶ୍ୱରରୁ ୨୩୪, ବରଗଡ଼ରୁ ୮୫, ଭଦ୍ରକରୁ ୯୪, ବଲାଙ୍ଗୀରରୁ ୧୩୮, ବୌଦ୍ଧରରୁ ୯୩, କଟକରୁ ୪୮୨, ଦେବଗଡ଼ରୁ ୬୧, ଢେଙ୍କାନାଳରୁ ୧୩୩, ଗଜପତିରୁ ୯୬, ଗଞ୍ଜାମରୁ ୭୫, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୨୧୯, ଝାରସୁଗୁଡ଼ାରୁ ୩୫, କଳାହାଣ୍ଡିରୁ ୧୮୮, କନ୍ଧମାଳରୁ ୭୩, କେନ୍ଦ୍ରାପଡ଼ାରୁ ୧୧୪, କେନ୍ଦୁଝରରୁ ୧୩୭,କୋରାପୁଟରୁ ୧୨୮, ମାଲକାନଗିରିରୁ ୫୨, ମୟୂରଭଞ୍ଜରୁ ୨୧୮, ନବରଙ୍ଗପୁରରୁ ୯୫, ନୟାଗଡ଼ରୁ ୨୦୫, ନୂଆପଡ଼ାରୁ ୫୬, ପୁରୀରୁ ୬୩, ରାୟଗଡ଼ାରୁ ୧୨୫, ସମ୍ବଲପୁରରୁ ୧୫୮, ସୋନପୁରରୁ ୨୦, ସୁନ୍ଦରଗଡ଼ରୁ ୫୦୧ ଏବଂ ଷ୍ଟେଟ ପୁଲରୁ ୨୯୯ ଜଣ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ କେସ ସଂଖ୍ୟା ୭୭୩୪୦ ହୋଇଛି।