Categories: ଜାତୀୟ

୪ ବର୍ଷରେ ୫୯ ଲକ୍ଷ ଟଙ୍କା ବଢିଛି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସମ୍ପତ୍ତି, ନିଜ ନାଁରେ ନାହିଁ କୌଣସି ଗାଡି କି ଜମି

ଲକ୍ଷ୍ନୌ,୪ ।୨: ଗୋରଖପୁର ସହର ବିଧାନସଭା ଆସନରୁ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥି ଭାବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ତେବେ ଯୋଗୀ ଆଦିତ୍ୟନାଥ ତାଙ୍କର ଯେଉଁ ସମ୍ପତ୍ତି ତାଲିକା ଦେଇଛନ୍ତି ଏଥିରେ ତାଙ୍କ ସମ୍ପତ୍ତି ଗତ ୪ ବର୍ଷ ମଧ୍ୟରେ ପାଖାପାଖି ୫୯ ଲକ୍ଷ ବୃଦ୍ଧି ହୋଇଛି । ଏମଏଲସି ହେବା ସମୟରେ ତାଙ୍କର ସମ୍ପତ୍ତି ଥିଲା ୯୫.୯୮ ଲକ୍ଷ । ଏବେ ଏହା ବୃଦ୍ଧି ପାଇ ୧ କୋଟି ୫୪ ଲକ୍ଷ ୯୪ ହଜାର ୫୪ଟଙ୍କା ହୋଇଛି । ଗତ ଲୋକ ସଭା ନିର୍ବାଚନ ୨୦୧୪ରେ ସେ ଏମ୍‌ପି ଥିବା ସମୟରେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ଥିଲା ୭୨ ଲକ୍ଷ ୧୭ ହଜାର ଟଙ୍କା । ଏବେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ୧ ଲକ୍ଷ ଟଙ୍କା ମୂଲ୍ୟର ଏକ ରିଭଲବର ଓ ୮୦ ହଜାର ଟଙ୍କା ମୂଲ୍ୟର ଏକ ରାଇଫଲ ରହିଛି । ହେଲେ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ କୌଣସି ଗାଡି ନାହିଁ କିମ୍ବା ତାଙ୍କ ନାମରେ କୌଣସି ଜମି ନାହିଁ ।

Share