Categories: ବାଣିଜ୍ୟ

୨୨ ଟେଲିକମ୍‌ ସର୍କଲରେ ୫ଜି ପ୍ଲସ୍‌ ସେବା

ଭୁବନେଶ୍ୱର,୨୦।୮: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ ନିକଟରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି ବୋଲି ଏୟାରଟେଲ ପକ୍ଷରୁ କୁହାଯାଇଛି। ଏପରିକି ଟେଲିକମ୍‌ ବିଭାଗ (ଡିଓଟି)ର ମାନଦଣ୍ଡ ଅନୁଯାୟୀ ଭାରତର ସମସ୍ତ ୨୨ ଟେଲିକମ୍‌ ସର୍କଲରେ କମ୍ପାନୀ ୨୬ ଜିଏଚ୍‌ଜେଡ୍‌ ସ୍ପେକ୍ଟ୍ରମ୍‌ରେ ୫ଜି ସେବା ଆରମ୍ଭ କରିବାର ସର୍ବନିମ୍ନ ରୋଲ୍‌ଆଉଟ୍‌ କାର୍ଯ୍ୟକୁ ସଫଳତା ସହ ସମ୍ପୂର୍ଣ୍ଣ କରିଛି। ବିଶେଷକରି ୨୬ ଜିଏଚ୍‌ଜେଡ୍‌ ସ୍ପେକ୍ଟ୍ରମ୍‌ ଦ୍ୱାରା ସକ୍ଷମ ହୋଇଥିବା ବ୍ୟାପକ ୫ଜି ସୁଯୋଗ ସହ କମ୍ପାନୀ ତା’ର ଗ୍ରାହକଙ୍କ ପାଇଁ ଉନ୍ନତମାନର ଏୟାରଟେଲ୍‌ ୫ଜି ପ୍ଲସ୍‌ ଅନୁଭୂତି ସୃଷ୍ଟି କରିବା ଲାଗି ଉଦ୍ଭାବନକୁ ନିରବଚ୍ଛିନ୍ନ ଭାବେ ପରିଚାଳନା କରିବା ପାଇଁ ପ୍ରସ୍ତୁତ ରହିଛି। ସେହିଭଳି ଭିତ୍ତିଭୂମିସ୍ତରରେ ପ୍ରଦର୍ଶନ ଉଲ୍ଲେଖନୀୟ ସମ୍ଭାବନା ଓ ୫ଜି ଗ୍ରହଣୀୟତାର ବଢୁଥିବା ବେଗକୁ ଦର୍ଶାଉଛି। ଅପରପକ୍ଷରେ ଏୟାରଟେଲ୍‌ର ୫ଜି ସେବା ବର୍ତ୍ତମାନ ଦେଶର ୫୦୦୦ରୁ ଅଧିକ ସହର ଓ ଟାଉନ୍‌ରେ ଉପଲବ୍ଧ ହୋଇଥିବାବେଳେ କମ୍ପାନୀ ଜାତୀୟ ସ୍ତରରେ ୧୦ମିଲିୟନ ସ୍ବତନ୍ତ୍ର ଗ୍ରାହକ ଚିହ୍ନକୁ ଅତିକ୍ରମ କରିଛି। ଏପରିକି ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏୟାରଟେଲ ୫ଜି ସେବା ସହିତ ପ୍ରତ୍ୟେକ ଟାଉନ୍‌ ଓ ପ୍ରମୁଖ ଗ୍ରାମାଞ୍ଚଳ କ୍ଷେତ୍ରଗୁଡିକୁ ଅନ୍ତର୍ଭୁକ୍ତ କରିବା ପାଇଁ କମ୍ପାନୀ ସୁବ୍ୟବସ୍ଥିତ ରହିଛି। କମ୍ପାନୀ ତା’ର ଗ୍ରାହକଙ୍କୁ ଏୟାରଟେଲ୍‌ ୫ଜି ପ୍ଲସ୍‌ ନେଟ୍‌ୱର୍କର ଶକ୍ତିକୁ ଅନୁଭବ କରିବା ପାଇଁ ସକ୍ଷମ କରିବା ଲକ୍ଷ୍ୟ ସହ ସେମାନଙ୍କ ପାଇଁ ଅସୀମିତ ୫ଜି ଡାଟା ଉନ୍ମୋଚନ କରିଛି। ସେହିପରି ଡାଟା ଶେଷ ହେବାର ଚିନ୍ତା ବିନା ଗ୍ରାହକମାନେ ବର୍ତ୍ତମାନ ଅଲ୍‌ଟ୍ରାଫାଷ୍ଟ୍‌, ନିର୍ଭରଯୋଗ୍ୟ ଓ ସୁରକ୍ଷିତ ୫ଜି ପ୍ଲସ୍‌ ସେବାଗୁଡିକର ଅନୁଭୂତି ପାଇବାକୁ ସକ୍ଷମ ହେବେ କାରଣ ଏୟାରଟେଲ୍‌ ସମସ୍ତ ବିଦ୍ୟମାନ ପ୍ଲାନ୍‌ରେ ଡାଟା ବ୍ୟବହାର ଉପରେ କ୍ୟାପିଙ୍ଗ୍‌କୁ ଉଚ୍ଛେଦ କରିଛି।

Share