ଡିସେମ୍ବର ସୁଦ୍ଧା ସମଗ୍ର ଭାରତରେ ପହଞ୍ଚିବ ୫ଜି ସେବା: ମୁକେଶ ଅମ୍ବାନୀ

ମୁମ୍ବାଇ,୨୮।୮: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ୪୬ତମ ଏଜିଏମ ଆରମ୍ଭ ହୋଇଛି। ଡିସେମ୍ବର ସୁଦ୍ଧା ୫ଜି ସେବା ସମଗ୍ର ଭାରତରେ ପହଞ୍ଚିବ ମୁକେଶ ଅମ୍ବାନୀ କହିଛନ୍ତି।
ଜିଓର ଗ୍ରାହକଙ୍କ ସଂଖ୍ୟା ୪୫ କୋଟିରୁ ଅଧିକ। ଭାରତରେ ଦ୍ରୁତତମ ୫ଜି ରୋଲଆଉଟ ଘଟିଛି। ପ୍ରତ୍ୟେକ ମାସରେ ୟୁଜର୍ସ ହାରାହାରି ୨୫ ଜିବି ଡାଟା ବ୍ୟବହାର କରୁଛନ୍ତି। ଜିଓଙ୍କ ଆୟ ସର୍ବଦା ଅଧିକ। ପ୍ରତି ମାସରେ ଜିଓର ଡାଟା ଟ୍ରାଫିକ ହେଉଛି ୧୧୦୦ କୋଟି ଜିବି। ଜିଓ ୫ଜି କେବଳ ୯ ମାସ ମଧ୍ୟରେ ଦେଶର ୯୬% ସହରରେ ବ୍ୟାପିଛି। ଡିସେମ୍ବର ସୁଦ୍ଧା ୫ଜି ସେବା ସମଗ୍ର ଭାରତରେ ପହଞ୍ଚିବ। ଦେଶର ମୋଟ ୫ଜି ସେବାରେ ଜିଓର ପ୍ରାୟ ୮୫% ନେଟୱାର୍କ ଅଂଶ ଅଛି। ପ୍ରତି ୧୦ ସେକେଣ୍ଡରେ ଗୋଟିଏ ୫ଜି ଗ୍ରାହକ ଯୋଡାଯାଉଛି ବୋଲି ୪୬ତମ ଏଜିଏମକୁ ସମ୍ବୋଧିତ କରି ମୁକେଶ ଅମ୍ବାନୀ କହିଛନ୍ତି।

Share