Categories: ଜାତୀୟ

୫ଜି ଟ୍ରାଏଲ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ,୪।୫ : ୫ଜି ଟେକ୍‌ନୋଲୋଜି ଓ ସ୍ପେକ୍ଟ୍ରମର ଟ୍ରାଏଲ ପାଇଁ ମଙ୍ଗଳବାର ଟେଲିକମ୍‌ ସର୍ଭିସ୍‌ ପ୍ରୋଭାଇଡର୍ସ (ଟିଏସ୍‌ପିଏସ୍‌)କୁ ଅନୁମତି ଦେଇଛି ଟେଲିକମ୍‌ ବିଭାଗ। ଭାରତୀ ଏଆରଟେଲ, ରିଲାଏନ୍ସ ଜିଓଇନଫୋକମ୍‌, ଭୋଡାଫୋନ ଆଇଡିଆ ଓ ଏମ୍‌ଟିଏନ୍‌ଏଲ୍‌ ଦେଶର ବିଭିନ୍ନ ଅର୍ଦ୍ଧ ସହରୀ ଓ ସହରାଞ୍ଚଳରେ ୫ଜି ପରୀକ୍ଷା କରିବେ। ପରୀକ୍ଷା ପାଇଁ ଅନୁମତି ପାଇଥିବା ଟେଲିକମ୍‌ ଗିୟର ନିର୍ମାତାଙ୍କ ତାଲିକାରେ ଏରିକ୍ସନ, ନୋକିଆ, ସାମସଙ୍ଗ, ସି-ଡଟ୍‌ ଏବଂ ରିଲାଏନ୍ସ ଜିଓର ସ୍ବଦେଶୀ ବିକଶିତ ଟେକନୋଲୋଜି ରହିଛି। ଏହାର ଅର୍ଥ ଚାଇନିଜ ଗିୟର ନିର୍ମାତା ଏହି ପରୀକ୍ଷାର ଅଂଶ ହୋଇପାରିବେ ନାହିଁ।

ପୂର୍ବରୁ ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଚାଇନାର ହୁଆଓ୍ବାଇର ଟେକନୋଲୋଜି ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ଦାଖଲ କରିଥିବା ଆବେଦନରୁ ବାଦ୍‌ ପଡ଼ିଥିଲା ଚାଇନିଜ ଭେଣ୍ଡର।

ଟେଲିକମ୍‌ ଅପରେଟର୍ସଙ୍କୁ ୫ଜି ପରୀକ୍ଷା ଲାଗି ବତ୍ତମାନ ସ୍ପେକ୍ଟ୍ରମ (୮୦୦ ଏମ୍‌ଏଚ୍‌ଜେଡ୍‌, ୯୦୦ ଏମ୍‌ଏଚ୍‌ଜେଡ୍‌, ୧୮୦୦ ଏମ୍‌ଏଚ୍‌ଜେଡ୍‌ ଓ ୨୫୦୦ ଏମ୍‌ଏଚ୍‌ଜେଡ୍‌)କୁ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି।

Share