୫ଟି ସଚିବଙ୍କ ଖୋର୍ଦ୍ଧା ଗସ୍ତ: ପାଇକଙ୍କ ଉନ୍ନତି ପାଇଁ ଗବେଷଣା ପ୍ରତିଷ୍ଠାନ, ଖୋର୍ଦ୍ଧାଗଡର ହେବ ପୁନରୁଦ୍ଧାର

ଖୋର୍ଦ୍ଧା,ବେଗୁନିଆ୨୨।୮(ପ୍ରଭାତପାଣିଗ୍ରାହୀ, ହରପ୍ରସନ୍ନ ପଣ୍ଡା) : ୫ଟି ସଚିବ ଭି କେ ପାଣ୍ଡିଆନ ଦୁଇ ଦିନିଆ ଖୋର୍ଦ୍ଧା ଜିଲା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ବେଗୁନିଆ ବ୍ଲକ ଅନ୍ତର୍ଗତ ବେଗୁନିଆ ମିନି ଷ୍ଟାଡିୟମରେ ଆୟୋଜିତ ସମାବେଶରେ ଲୋକମାନଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଲୋକଙ୍କ ଠାରୁ ୪୩୦ ଅଭିଯୋଗ ଗ୍ରହଣ କରିଥିଲେ। ଆସନ୍ତା ସପ୍ତାହ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଭୟ ବେଗୁନିଆ ଓ ବୋଲଗଡ ବ୍ଳକ ଅଞ୍ଚଳର ୧୨ଗୋଟି ମସଜିଦ, ୫ଗୋଟି ଚର୍ଚ୍ଚ, ୧୨ଗୋଟି କମ୍ୟୁନିଟ ସେଣ୍ଟର ଏବଂ ୨୫ଗୋଟି ମନ୍ଦିର ପାଇଁ ଆସନ୍ତା ୨୯ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁଦାନ ମଞ୍ଜୁର କରିବେ । ଏଥିସହ ବୋଲଗଡ ବ୍ଳକର ୧୯ ଓ ବେଗୁନିଆ ବ୍ଳକର ୨୧ ପଞ୍ଚାୟତ ମଧ୍ୟରୁ ୧୬ଟି ପଞ୍ଚାୟତର ସମସ୍ତ ଗାଁ କୁ ଆସନ୍ତା ଦୁଇ ମାସ ମଧ୍ୟରେ ମେଗା ପାନୀୟ ଜଳ ଯୋଗାଣ ନିଶ୍ଚୟ ମିଳିବ ବୋଲି ସେ ଘୋଷଣା କରିଥିଲେ। ସେହିପରି ମିଶନ ଶକ୍ତି ଜରିଆରେ ପ୍ରତ୍ୟେକ ମହିଳା ମଣ୍ଡଳ ଗ୍ରୁପ ପାଇଁ ବିନା ସୁଧରେ ମିଳିଥିବା ୪ଲକ୍ଷ ୧୦ ହଜାର ଟଙ୍କା ଋଣକୁ ବୃଦ୍ଧି କରାଯାଇ ୧୦ ଲକ୍ଷ ଟଙ୍କା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ସ୍ଥିର କରାଯାଇଛି। ଜିଲା ପ୍ରଶାସନ ଜରିଆରେ ମାସକ ମଧ୍ୟରେ ସମସ୍ୟାର ସମାଧାନ ହେବ।

ଏହାପରେ ଖୋର୍ଦ୍ଧା ହାବେଳି ପଡିଆରେ ଆୟୋଜିତ ସମାବେଶରେ ଭି.କେ ପାଣ୍ଡିଆନ ଯୋଗ ଦେଇଥିଲେ। ସେଠାରୁ ୪୧୦ଟି ଅଭିଯୋଗ ଗ୍ରହଣ କରିଥିଲେ। ପାଇକ ଗବେଷଣା ପ୍ରତିଷ୍ଠାନ, ଖୋର୍ଦ୍ଧାଗଡର ପୁନରୁଦ୍ଧାର କରାଯିବ। ମଠ ମନ୍ଦିର ସହ ସମସ୍ତ ଧାର୍ମିକ ଅନୁଷ୍ଠାନର ଉନ୍ନତିକରଣ କରାଯିବ। ଭିଟାମାଟି ସ୍ଥିତିବାନ ପାଇଁ ୧୦ହଜାର ଦାବିଦାର ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ଶହଙ୍କୁ ଭୂମିପଟା ଦିଆଯିବ। ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଶାସନ ଭାର ନେବା ସମୟରେ ମହିଳାଙ୍କ ବିକାଶ କଥା ଚିନ୍ତା କରିଥିଲେ। ବିକାଶରେ ମହିଳାଙ୍କ ସହଭାଗିତାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ମହିଳାଙ୍କ ବିକାଶରେ ଓଡିଶାର ସମୃଦ୍ଧି । ଆନ୍ତରିକତାର ସହ କାର୍ଯ୍ୟ କରିଲେ ଓଡିଶା ପ୍ରଗତି ପଥରେ ଆଗେଇ ଯିବ। ଖୋର୍ଦ୍ଧା ଜିଲା ୧୬ହଜାର ମହିଳା ଏସଏଚଜି ଗ୍ରୁପକୁ ୬୫୦କୋଟିର ଋଣ ଦିଆଯାଇଛି। ବିଜୁ ସ୍ବାସ୍ଥ୍ୟ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକ ୧୫ଟି ଗ୍ରାମର ଏଗାରଜାତ ମାହଲ ସମସ୍ୟା ସମାଧାନ କରାଯିବ। ଖୋର୍ଦ୍ଧା ଜିଲା୍‌ର ୧୦୮ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଋପାନ୍ତରିତ ପାଇଁ ମୁଖ୍ୟମନ୍ତ୍ରୀ ୬୦ କୋଟି ଘୋଷଣା କରିଛନ୍ତି ।

ତେବେ ପାଣ୍ଡିଆନଙ୍କ ଗସ୍ତ ହେତୁ ପ୍ରବଳ ବର୍ଷା ସତ୍ତ୍ବେ ଶତାଧିକ ମହିଳା, ପୁରୁଷଙ୍କ ସମାଗମ ହୋଇଥିଲା। ଏଠାରୁ ସେ ଖୋର୍ଦ୍ଧା ବ୍ଲକ କାଫେରେ ପରିଦର୍ଶନ ସହ ସେଠାରେ ମିଶନଶକ୍ତି ମହିଳାଙ୍କ ସହ ଆଲୋଚନା କରଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ବନ୍ଦ କରାଯାଉ

ସରଣ୍ଡା, ୨୭।୧୦(ଯୁଧିଷ୍ଠିର ମହାପାତ୍ର): ଦେବଦେବୀଙ୍କ ଫଟୋ ଥିବା ବାଣ ବିକ୍ରି ଉପରେ ରୋକ୍‌ ଲଗାଇବା ଦାବି ନେଇ ରବିବାର ବରଗଡ଼ ଜିଲା ଅତାବିରା ବିଶ୍ବ ହିନ୍ଦୁ...

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୯ ଶହ ୮୯ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

ଶିମିଳିପାଳକୁ ଆସିଲା ମହାରାଷ୍ଟ୍ର ମହାବଳ

ଭୁବନେଶ୍ୱର,୨୭ା୧୦: ରାଜ୍ୟରେ ବାଘର ବଂଶ ବିସ୍ତାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଏଥିପାଇଁ ମହାରାଷ୍ଟ୍ରରୁ ଏକ ମହାବଳ ବାଘ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri