ମା’ଙ୍କୁ ଦର୍ଶନ କଲେ ୫-ଟି ସଚିବ

ପୁରୁଷୋତ୍ତମପୁର,୧୨।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କର ଚୈତ୍ର ଯାତ୍ରା ଚାଲିଛି। ତେବେ ଆଜି ମା’ଙ୍କ ଶେଷ ପାଳି। ଏହି ଅବସରରେ ମଙ୍ଗଳବାର ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ତାଙ୍କ ସ୍ତ୍ରୀ ମା’ଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ କରିବା ସହ ଭକ୍ତଙ୍କ ସୁବିଧା ଅସୁବିଧା ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ତଦାରଖ କରିଥିଲେ। ୫-ଟି ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ ରାୟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Share