୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ଉପରକୁ ସ୍ୟାହି ଫିଙ୍ଗିଲେ

ପୁରୀ,୧୯ା୮: ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ବିଭିନ୍ନ ଜିଲାକୁ ଗସ୍ତ କରୁଥିବା ବେଳେ ଅନେକ ସ୍ଥାନରେ ତାଙ୍କୁ ବିରୋଧ କରାଯାଉଥିବା ଦେଖିବାକୁ ମିଳୁଛି। ଏହି ଅବସରରେ ଶନିବାର ତାଙ୍କ ଉପରକୁ ସ୍ୟାହି ପକାଯାଇଛି। ପୁରୀ ଜିଲା ସତ୍ୟବାଦୀରେ ଥିବା ୟୁଜିଏସ୍‌ କଲେଜ ସଭାରେ ଯୋଗଦେବାକୁ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ସ୍ୟାହି ଫିଙ୍ଗିଥିଲେ। ସ୍ୟାହି ଭି. କେ. ପାଣ୍ଡିଆନ୍‌ଙ୍କ ମୁହଁରେ ପଡ଼ିବା ସହିତ ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ମୁହଁରେ ମଧ୍ୟ ପଡ଼ିଥିଲା। ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଘର ସତ୍ୟବଦୀ ଅଞ୍ଚଳରେ ବୋଲି ଜଣାପଡ଼ିଛି।

Share